ଓଡିଶା

odisha

ETV Bharat / sports

ଟି-20 ପରେ ଦିନିକିଆ ସିରିଜ କବ୍ଜା ଲକ୍ଷ୍ୟରେ ଟିମ ଇଣ୍ଡିଆ - ଭାରତ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ

ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଥର ଟି-20 ସିରିଜ ବିଜୟୀ ହୋଇ ଇତିହାସ ରହିଛି ଭାରତୀୟ ଦଳ । ତେବେ ଫେବୃୟାରୀ 5ରୁ ଆରମ୍ଭ ହେଉଥିବା 3 ଟିକିଆ ଦିନିକିଆ ସିରିଜରେ ମଧ୍ୟ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି ବିରାଟ ବାହିନୀ ।

India eye on 3 match ODI series
ଦିନିକିଆ ସିରିଜ କବ୍ଜା ଲକ୍ଷ୍ୟରେ ଟିମ ଇଣ୍ଡିଆ

By

Published : Feb 4, 2020, 12:33 PM IST

ହାମିଲଟନ: ନ୍ୟୁଜିଲାଣ୍ଡ ମାଟିରେ ଐତିହାସିକ ଟି-20 ସିରିଜ ବିଜୟ ପରେ ଦିନିକିଆ ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ । କ୍ରିକେଟର ସମସ୍ତ ଫର୍ମାଟରେ ଭାରତୀୟ ଦଳର ପ୍ରଦର୍ଶନ ଦମଦାର ରହିଛି। ବିଦେଶ ମାଟିରେ ବିଜୟ ରେକର୍ଡକୁ ସଫଳତମ କରିଛି ବିରାଟ ବାହୀନି।

ଟି-20 ସିରିଜ ପରେ ଫୋକସରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ପ୍ରଥମ ମ୍ୟାଚ ସେଡନ ପାର୍କ, ହାମିଲଟନରେ ଖେଳାଯିବ। ତେବେ ଭେଟେରାନ ଓପନର ରୋହିତ ଶର୍ମାଙ୍କ ବିନା ଖେଳିବ ଭାରତ। ଆହତ କାରଣରୁ ରୋହିତ ଦିନିକିଆ ଓ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ କେନ ୱିଲିୟମସନ ମଧ୍ୟ ଆହତ କାରଣରୁ ଦଳରୁ ବାଦ ପଡିଛନ୍ତି । ଫଳରେ ଟମ ଲାଥମଙ୍କୁ ନ୍ୟୁଜିଲାଣ୍ଡର କ୍ୟାପଟେନ ଦାୟିତ୍ବ ମିଳିଛି । ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ କ୍ୟାପଟେନ ଦାୟିତ୍ବ ତୁଲାଇଥିଲେ ଲାଥମ ।

ଟିମ ଇଣ୍ଡିଆ

ଭାରତୀୟ ଦଳ: ଲୋକେଶ ରାହୁଲ(ୱିକେଟ କିପର), ବିରାଟ କୋହଲି(କ୍ୟାପଟେନ), ମୟଙ୍କ ଅଗ୍ରୱାଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ନବଦୀପ ସାଇନି, ମହମ୍ମଦ ସାମି, ୟୁଜଭେନ୍ଦ୍ର ଚହଲ, ଜଶପ୍ରୀତ ବୁମରା, ପୃଥ୍ବୀ ଶ, କୁଲଦୀପ ଯାଦବ, ଋଷଭ ପନ୍ତ, କେଦାର ଯାଦବ, ଶାର୍ଦ୍ଦୁଳ ଠାକୁର ।

ନ୍ୟୁଜିଲାଣ୍ଡ ଦଳ: ଟମ ଲାଥମ(କ୍ୟାପଟେନ/ ୱିକେଟ କିପର), ମାର୍ଟିନ ଗୁପ୍ଟିଲ, ହେନରୀ ନିକୋଲାସ, ରସ ଟେଲର, ମାର୍କ ଚାପମନ, ଜେମ୍ସ ନିଶାମ, କଲିନ ଡି ଗ୍ରାଣ୍ଡହୋମ, ମିଚେଲ ସାଣ୍ଟନର, ଟିମ ସାଉଦି, ହାମିସ ବେନ୍ନଟ, ଇସ ଶୋଧି, ଟମ ବ୍ଳଣ୍ଡେଲ, କେଲ ଜେମିଏସନ, ସ୍କଟ କୁଗଲେଜିଲ ।

ABOUT THE AUTHOR

...view details