ଓଡିଶା

odisha

ଗାବା ଚମ୍ପିଆନ ଟିମ ଇଣ୍ଡିଆର ସ୍ବଦେଶ ପ୍ରତ୍ୟାବର୍ତ୍ତନ

By

Published : Jan 21, 2021, 12:54 PM IST

ଅଷ୍ଟ୍ରେଲିଆ ଗଡରେ ଐତିହାସିକ ବିଜୟ ହାସଲ କରିଥିବା ଟିମ ଇଣ୍ଡିଆ ଆଜି ସ୍ବଦେଶ ଫେରିଛନ୍ତି । ବିଜୟୀ ଟିମର ସ୍ବାଗତ ପାଇଁ ଏୟାରପୋର୍ଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

ଗାବା ଚମ୍ପିଆନ ଟିମ ଇଣ୍ଡିଆର ସ୍ବଦେଶ ପ୍ରତ୍ୟାବର୍ତ୍ତନ
ଗାବା ଚମ୍ପିଆନ ଟିମ ଇଣ୍ଡିଆର ସ୍ବଦେଶ ପ୍ରତ୍ୟାବର୍ତ୍ତନ

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ଗଡରେ ଐତିହାସିକ ବିଜୟ ହାସଲ କରିଥିବା ଟିମ ଇଣ୍ଡିଆ ଆଜି ସ୍ବଦେଶ ଫେରିଛନ୍ତି । ବିଜୟୀ ଟିମର ସ୍ବାଗତ ପାଇଁ ଏୟାରପୋର୍ଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଭାରତୀୟ କ୍ରିକେଟର ରୋହିତ ଶର୍ମା, ରାହାଣେ, ପୃଥ୍ବୀ ଶ' ଓ ଟିମ ଇଣ୍ଡିଆର କୋଚ ରବି ଶାସ୍ତ୍ରୀ ଗୁରୁବାର ଦିନ ରବିବାର ପହଞ୍ଚିଛନ୍ତି । ସେହିପରି ପନ୍ତ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛନ୍ତି ।

ଗାବା ଚମ୍ପିଆନ ଟିମ ଇଣ୍ଡିଆର ସ୍ବଦେଶ ପ୍ରତ୍ୟାବର୍ତ୍ତନ

ତେବେ ବ୍ରିସବେନ ମ୍ୟାଚରେ ଶାନଦାର ପ୍ରଦର୍ଶନ କରିଥିବା ଋଷଭ ପନ୍ତ ଦିଲ୍ଲୀ ପହଞ୍ଚିବା ପରେ କହିଛନ୍ତି ଯେ, ମୁଁ ବହୁତ ଖୁସି ଅଛି । ବର୍ଡର ଗାଭାସ୍କର ଟ୍ରଫି ଆମ ପାଖରେ ହିଁ ରହିଲା । ସମ୍ପୂର୍ଣ୍ଣ ସିରିଜରେ ଆମେ ଆମର ପ୍ରଦର୍ଶନକୁ ନେଇ ବେଶ୍‌ ଖୁସି ଅଛୁ ।

ସେହିପରି ଅଷ୍ଟ୍ରେଲିଆ ଗସ୍ତରେ 3ଟି ଫର୍ମାଟରେ ଡେବ୍ୟୁ ମ୍ୟାଚ ଖେଳିଥିବା ଟି ନଟରାଜନ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି , ସେଠାରୁ ନିଜ ଗାଁ ସଲେମକୁ ଗସ୍ତ କରିବେ ।

ଅନ୍ୟପଟେ ଆର ଅଶ୍ବିନୀ, ଓ୍ବାସିଂଟନ ସୁନ୍ଦର ଓ ଭାରତର ବୋଲିଂ କୋଚ ଭରତ ଅରୁଣ ଏବେ ଦୁବାଇରେ ଅଛନ୍ତି । ସେମାନେ ଶୁକ୍ରବାର ଦିନ ସକାଳେ ସ୍ବଦେଶ ପହଞ୍ଚିବାର ସମ୍ଭାବନା ରହିଛି ।

ରହାଣେ, ଶାସ୍ତ୍ରୀ, ରୋହିତ, ଶାର୍ଦ୍ଦୁଳ ଓ ଶ' ମୁମ୍ବାଇ ପହଞ୍ଚିବା ପରେ ମୁମ୍ବାଇ କ୍ରିକେଟ ସଂଘର ଅଧିକାରୀ ସେମାନଙ୍କୁ ସ୍ବାଗତ କରିଛନ୍ତି । ଅଧିନାୟକ ରାହାଣେ ଟିମର ବିଜୟ ଖୁସିରେ କେକ୍‌ ମଧ୍ୟ କାଟିଛନ୍ତି ।

ଏଥିସହ ଅଷ୍ଟ୍ରେଲିଆରୁ ଫେରି ଆସିଥିବା ଭାରତୀୟ କ୍ରିକେଟରମାନେ କ୍ବାରେଣ୍ଟାଇନରେ ରହିବାର ଆବଶ୍ୟକତା ନାହିଁ , ସେମାନେ ନିଜ ଘରକୁ ଯାଇ ପାରିବେ ବୋଲି ଅନୁମତି ଦେଇଛି ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ।

ABOUT THE AUTHOR

...view details