ଓଡିଶା

odisha

ETV Bharat / sports

ଆଡିଲେଡ ଟେଷ୍ଟ: ସେହ୍ବାଗଙ୍କୁ ଟପିଲେ ସ୍ମିଥ - Adelaide Test Steve smith record

ଆଇସିସି ଦିନିକିଆ ମାନ୍ୟତାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଟେଷ୍ଟ କ୍ରିକେଟରେ ଦ୍ରୁତ 7000 ରନ କରିବା ସହ ଭାରତୀୟ କ୍ରିକେଟର ବିରେନ୍ଦ୍ର ସେହୱାଗଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି।

ସେହ୍ବାଗଙ୍କୁ ଟପିଲେ ସ୍ମିଥ
ସେହ୍ବାଗଙ୍କୁ ଟପିଲେ ସ୍ମିଥ

By

Published : Nov 30, 2019, 1:46 PM IST

ଆଡିଲେଡ: କ୍ରିକେଟର ଲମ୍ବା ଫର୍ମାଟରେ ପୁଣି ଚମକିଲେ ଅଷ୍ଟ୍ରେଲିଆ ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ । ପାକିସ୍ତାନ ବିପକ୍ଷ ଦିବାରାତ୍ର ଟେଷ୍ଟରେ 23 ରନ କରିବା ପରେ ସ୍ମିଥ, ନିଜ କ୍ୟାରିୟରର 7,000 ଟେଷ୍ଟ ରନ ପୂରଣ କରିଛନ୍ତି । 126 ତମ ଟେଷ୍ଟ ଇନିଂସରେ ଆଇସିସି ଦିନିକିଆ ମାନ୍ୟତାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକାରେ ସ୍ମିଥ ଏହି ମାଇଲ ଷ୍ଟୋନକୁ ଅତିକ୍ରମ କରି ରେକର୍ଡ କରିଛନ୍ତି । ଏଥିସହିତ ଟିମ ଇଣ୍ଡିଆର ପୂର୍ବତନ ଓପନର ତଥା ଭେଟେରାନ କ୍ରିକେଟର ବିରେନ୍ଦ୍ର ସେହୱାଗଙ୍କ ରେକର୍ଡକୁ ସ୍ମିଥ ଭଙ୍ଗ କରିଛନ୍ତି ।

ନିଜ ସମୟର ଏକ ବିସ୍ପୋରକ ଓପନର ଭାବେ ପରିଚିତ ସେହୱାଗ 134 ଇଂନିସରେ କ୍ୟାରିୟରର 7,000 ଟେଷ୍ଟ ରନ ହାସଲ କରିଥିଲେ । ଇଂଲଣ୍ଡର କିମ୍ବଦନ୍ତୀ କ୍ରିକେଟର ୱାଲି ହାମୁଦ 131ତମ ଇନିଂସରେ 7000 ରନ କ୍ଳବରେ ସାମିଲ ହୋଇଥିଲେ । ସେହୱାଗଙ୍କ ପରେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର 136 ମ୍ୟାଚରେ ଏହି ମାଇଲ ଷ୍ଟୋନକୁ ଅତିକ୍ରମ କରିଥିଲେ । 138ତମ ଇଂନିସରେ ୱେଷ୍ଟଇଣ୍ଡିଜର ଗ୍ୟାରି ସୋବର୍ସ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଓ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି 7000 ରନ ପୂରଣ କରିଛନ୍ତି।

ABOUT THE AUTHOR

...view details