ଓଡିଶା

odisha

ETV Bharat / sports

କେନ ଚିଚାର୍ଡସନ RCBରୁ ବାଦ, ଖେଳିବେ ଆଡମ ଜାମ୍ପା - କେନ ଚିଚାର୍ଡସନ RCBରୁ ବାଦ

ଆରସିବି ଖେଳାଳି କେନ ରିଚାର୍ଡସନ ତାଙ୍କର ପ୍ରଥମ ସନ୍ତାନର ଜନ୍ମ ହେତୁ ଟୁର୍ନାମେଣ୍ଟରୁ ବାହାରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଡାମ ଜାମ୍ପାଙ୍କୁ ନିଜ ଟିମରେ ସାମିଲ କରିଛି । ଅଧିକ ପଢ଼ନ୍ତୁ...

Adam Zampa replaces Kane Richardson, Royal Challengers Bangalore, Zampa in RCB, RCB ପାଇଁ ଖେଳିବେ ଆଡମ ଜାମ୍ପା, କେନ ଚିଚାର୍ଡସନ RCBରୁ ବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
କେନ ଚିଚାର୍ଡସନ RCBରୁ ବାଦ, ଖେଳିବେ ଆଡମ ଜାମ୍ପା

By

Published : Sep 1, 2020, 2:30 PM IST

ଦୁବାଇ: ୟୁଏଇରେ ସେପ୍ଟେମ୍ବର 19ରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍ 2020 ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଷ୍ଟ୍ରେଲୀୟ ଖେଳାଳି କେନ୍ ରିଚାର୍ଡସନଙ୍କ ବଦଳରେ ଲେଗ୍ ସ୍ପିନର ଆଡାମ ଜାମ୍ପାଙ୍କ ଟିମରେ ସାମିଲ କରିଛନ୍ତି । ରିଚାର୍ଡସନ ତାଙ୍କର ପ୍ରଥମ ସନ୍ତାନର ଜନ୍ମ ହେତୁ ଟୁର୍ନାମେଣ୍ଟରୁ ବାହାରିଛନ୍ତି ବୋଲି ଜଣାପଡ଼ିଛି ।

ଜାମ୍ପାଙ୍କ ଏଣ୍ଟ୍ରି ଆରସିବିର ସ୍ପିନ୍ ଆକ୍ରମଣକୁ ମଜବୁତ କରିବ, ଯେଉଁଥିରେ ପୂର୍ବରୁ ଭାରତର ଅନ୍ତର୍ଜାତୀୟ ଖେଳାଳି ୟୁଜବେନ୍ଦ୍ର ଚହଲ ଏବଂ ୱାଶିଂଟନ୍ ସୁନ୍ଦର ରହିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ଦଳରେ ମୋଏନ୍ ଅଲି, ପବନ ନେଗି ଏବଂ ଶାହାବାଜ୍ ଅହମ୍ମଦ ଅନ୍ୟ ସ୍ପିନ୍ ବିକଳ୍ପ ଅଟନ୍ତି।

ରୟାଲ ଚ୍ୟାଲେଞ୍ଜର୍ସ ଦଳର ନିର୍ଦ୍ଦେଶକ ମାଇକ ହେସନ କହିଛନ୍ତି ଯେ, ଏହି ଆଇପିଏଲରେ ଆମ ସହ କେନଙ୍କ ଦକ୍ଷତା ନ ଥିବାରୁ ଆମେ ନିରାଶ ହୋଇଛୁ। ତଥାପି ଆମେ ଯେତେବେଳେ ଜାଣିବାକୁ ପାଇଲୁ ଯେ କେନ୍ ଏବଂ ନିକିଙ୍କ ଶିଶୁ ଆଇପିଏଲ୍ ସମୟରେ ହେବାର ଥିଲା, ଆମ ପାଇଁ ଏହା ଏକ ରୋମାଞ୍ଚକର ସମୟ ଏବଂ ଆମେ ପ୍ରଥମ ସନ୍ତାନର ଜନ୍ମ ସମୟରେ ନିଜ ସ୍ତ୍ରୀଙ୍କ ସହ ରହିବାକୁ ଚାହୁଁଥିବା କେନ୍‌ଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲୁ। ୟୁଏଇର ଅବସ୍ଥା ପାଇଁ ଆମ ଦଳକୁ ଦେଖିବା ପରେ ଆମେ ଅନୁଭବ କରିଥିଲୁ ଚହଲଙ୍କ ପାଇଁ କଭର ଯୋଗାଇବା ପାଇଁ ଆଡାମ ଜାମ୍ପାଙ୍କ ଭଳି ଅନ୍ୟ ଏକ ଗୁଣାତ୍ମକ ଲେଗ ସ୍ପିନର ଆଣିବାର ଏହା ଏକ ସୁଯୋଗ । ଯାହା ଟୁର୍ନାମେଣ୍ଟ ସମୟରେ ଆଶା କରାଯାଉଥିବା ପରିସ୍ଥିତି ଆମକୁ ଅତିରିକ୍ତ ବିକଳ୍ପ ପ୍ରଦାନ କରିବ ।’’

ଏହା ଜାମ୍ପାଙ୍କର ଦ୍ବିତୀୟ ଆଇପିଏଲ୍ ଫ୍ରାଞ୍ଚାଇଜ୍ ହେବ; ସେ ଏହା ପୂର୍ବରୁ ରାଇଜିଂ ପୁଣେ ସୁପରଜିଆଣ୍ଟ ପାଇଁ ଖେଳିଥିଲେ, 7.54 ଇକୋନୋମି ହାରରେ 11ଟି ମ୍ୟାଚରେ ସେ 19ଟି ୱିକେଟ ନେଇଥିଲେ। ଯାହା ଜଣେ ସ୍ପିନରଙ୍କ ଦ୍ବାରା ସର୍ବୋତ୍ତମ ଆଇପିଏଲ୍ ଆକଳନ ।

ABOUT THE AUTHOR

...view details