ନୂଆଦିଲ୍ଲୀ:37 ବର୍ଷରେ ପାଦ ଦେଲେ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ଏବି ଡିଭିଲିୟର୍ସ । ଅଡ଼ୁଆ ସଟ ଖେଳିବା ଯୋଗୁଁ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏଥିପାଇଁ ସେ 'ମିଷ୍ଟର 360 ଡିଗ୍ରୀ' ନାମରେ ମଧ୍ୟ ପରିଚିତ । ଏହି ମହାନ କ୍ରିକେଟରଙ୍କ ନାମରେ ଦ୍ରୁତତମ ଶତକ ଓ ଦ୍ରୁତତମ ଅର୍ଦ୍ଧ ଶତକ କରିବା ରେକର୍ଡ ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦୁଇଟି ରେକର୍ଡ ସେ ଗୋଟିଏ ମ୍ୟାଚରେ ହାସଲ କରିଥିଲେ ।
2015 ମସିହା ଜାନୁଆରୀ 18 ତାରିଖରେ ସେ ଏହି ଉପଲବ୍ଧି ହାସଲ କରିଥିଲେ । ଘରୋଇ ପଡ଼ିଆ ଜୋହାନ୍ସବର୍ଗରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ କେବଳ 31ଟି ବଲରେ ଶତକ ହାସଲ କରିଥିଲେ। ଏହି ଇନିଂସରେ ସେ 9ଟି ଚୌକା ମାରିଥିବାବେଳେ 16ଟି ଛକା ମାରିଥିଲେ। ମୋଟ 44ଟି ବଲରୁ ସେ 144 ରନ କରିଥିଲେ। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା 439ରନ କରିଥିଲା।