ହାଇଦ୍ରାବାଦ: ଶୁକ୍ରବାର ଦ୍ବିତୀୟ ଦିନିକିଆରେ ଭାରତର ପାଲଟା ଆକ୍ରମଣ ପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ଟିମର ଅଧିନାୟକ ଆରୋନ ଫିଞ୍ଚ । ୱାଙ୍ଖେଡେ ଠାରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ଓପନର ଆରୋନ ଫିଞ୍ଚ ଓ ଡେଭିଡ ୱାର୍ଣ୍ଣରଙ୍କ ଦମଦାର ଶତକ ବଳରେ ଭାରତକୁ 10 ୱିକେଟରେ ମାତ ଦେଇଥିଲା ଭ୍ରମଣକାରୀ ଦଳ । ତେବେ ମୁମ୍ବାଇ ଠାରେ ପରାଜୟର ପ୍ରତିଶୋଧ ରାଜକୋଟରେ ଭାରତ ନିଶ୍ଚୟ ନେବ ବୋଲି କହିଛନ୍ତି ଫିଞ୍ଚ । ‘‘ଭାରତ ଏକ ମହାନ ଦଳ ଓ କିଛି ବିଶ୍ବ ସ୍ତରୀୟ ଖେଳାଳି ସେହି ଟିମରେ ଅଛନ୍ତି ବୋଲି କହିଥିଲେ ସେ ।
ଭାରତ ଦେଇଥିବା 256 ରନର ଲକ୍ଷ୍ୟକୁ ପିଛାକରି ଡେଭିଡ ୱାର୍ଣ୍ଣର 112 ବଲରେ 128 ରନର ଧୂଆଁଧାର ପାଳି ଖେଳି ଭାରତୀୟ ବୋଲରଙ୍କୁ ନାକେଦମ କରି ଦେଇଥିଲେ ।