ଓଡିଶା

odisha

ETV Bharat / sports

ଆମୀରଙ୍କ ଖୁଲାସା, ଅବସର ପାଇଁ କୋଚ ମିଶବାହ ଦାୟୀ - YouTube

ଭାବମୂର୍ତ୍ତୀ ଖରାପ କରିବା ପାଇଁ କୋଚ ମିଶବାହ ଉଲ ହକ ଓ ଦ୍ରୁତ ବୋଲିଂ କୋଚ ୱାକର ୟୁନିସଙ୍କୁ ସମାଲୋଚନା କରିଛନ୍ତି ମହମ୍ମଦ ଆମୀର । ଅଧିକ ପଢନ୍ତୁ...

Aamir blames team management for retirement in 28 years
ଆମୀରଙ୍କ ଖୁଲାସା, ଅବସର ପାଇଁ କୋଚ ମିଶବାହ ଦାୟୀ

By

Published : Dec 20, 2020, 10:01 PM IST

କରାଚୀ: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବିରୋଧରେ ବର୍ଷିଲେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ବୋଲର ମହମ୍ମଦ ଆମୀର ।

ମହମ୍ମଦ ଆମୀର

28 ବର୍ଷରେ ଅବସର ନେବାର କାରଣ ନେଇ ଟିମ ମ୍ୟାନେଜମେଣ୍ଟକୁ ଦାୟୀ କରିଛନ୍ତି । ତାଙ୍କର ଭାବମୂର୍ତ୍ତୀ ଖରାପ କରିବା ପାଇଁ କୋଚ ମିଶବାହ ଉଲ ହକ ଓ ଦ୍ରୁତ ବୋଲିଂ କୋଚ ୱାକର ୟୁନିସଙ୍କୁ ସମାଲୋଚନା କରିଛନ୍ତି ।

ମିଶବା ଉଲ ହକ-ୱାକର ୟୁନିସ

ନିଜର ୟୁଟୁବ ଚ୍ୟାନେଲରେ ଆମୀର, କୋଚ ମିଶବାହ ଓ ୱକାରଙ୍କ ସହ ବିରୋଧାଭାବ ଥିଲା ବୋଲି ଖୁଲାସା କରିଛନ୍ତି ।

ଆମୀର କହିଛନ୍ତି, ସେ ଟେଷ୍ଟ କ୍ରିକେଟ ଖେଳିବାକୁ ଇଚ୍ଛୁକ ନୁହଁନ୍ତି, କେବଳ ଅର୍ଥ ଲୋଭରେ ଅଧିକ ଟି-20 କ୍ରିକେଟ ଖେଳିବାକୁ ଚାହାଁନ୍ତି ବୋଲି ମିଥ୍ୟା ପ୍ରଚାର କରିଥିଲେ । ଏଥିସହ ଭାବମୂର୍ତ୍ତୀ ଖରାପ ପାଇଁ ଚେଷ୍ଟା କରିଥିଲେ ।

ତେବେ ଅବସର ନିଷ୍ପତ୍ତି କଷ୍ଟଦାୟକ ଥିଲା, ମାତ୍ର ଚୁପ ରହିବାର ନୁହେଁ ବରଂ ମୁହଁ ଖୋଲିବାର ସମୟ ଆସିଯାଇଛି ବୋଲି ଚିନ୍ତାକଲେ ବୋଲି କହିଛନ୍ତି ଆମୀର । ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ, ସୀମିତ ଓଭର କ୍ରିକେଟ ପାଇଁ ନିଜକୁ ଉପଲବ୍ଧ ରଖିଥିଲି । ଭଲ ପ୍ରଦର୍ଶନ ସତ୍ତ୍ବେ ଅଣଦେଖା କରାଗଲା । ଫଳରେ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ ବୋଲି ଆମୀର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details