ହାଇଦ୍ରାବାଦ: ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ମାମଲା ରୁଜୁ । ଔରାଙ୍ଗବାଦ ସିଟି ଛକ ପୋଲିସ ଷ୍ଟେସନରେ ଏକ ଟ୍ରାଭେଲ ଏଜେନ୍ସି ଆଝାରୁଦ୍ଦିନଙ୍କ ନାଁରେ ଠକେଇ ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଛି । ଆଝାରୁଦ୍ଦିନଙ୍କ ସହ ଅନ୍ୟ 2 ସହଯୋଗୀ ମୁଜିବ ଖାନ ଓ ସୁଦେଶ ଆୱକେଲଙ୍କ ନାଁରେ ମଧ୍ୟ ଅଭିଯୋଗ ହୋଇଛି ।
ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ଠକେଇ ଅଭିଯୋଗ - ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ଥାନାରେ ମାମଲା
ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନ ନାଁରେ ଠକେଇ ଅଭିଯୋଗ ସହ ଥାନାରେ ମାମଲା ରୁଜୁ । ଅଧିକ ପଢନ୍ତୁ...

ମହମ୍ମଦ ସାହାବ ମହମ୍ମଦ ୟାକୁବ ନାମକ ଜଣେ ବ୍ୟକ୍ତି ଏକ ଘରୋଇ ଟ୍ରାଭେଲ ଏଜେନ୍ସି ପରିଚାଳନା କରୁଛନ୍ତି । 8 ନଭେମ୍ବର 2019ରେ ମୁମ୍ବାଇରୁ ଦୁବାଇ ଏମିରେଟସ ବିମାନରେ ଟିକେଟ ବୁକ୍ କରିଥିଲେ । ଏହି ଟ୍ରାଭେଲ ଏଜେନ୍ସି ଦ୍ବାରା ଏକାଧିକ ବାର ଆଝାରୁଦ୍ଦିନ ଓ ତାଙ୍କ ସହଯୋଗୀ ବିମାନ ଟିକେଟ ବୁକ କରିଥିଲେ । ମାତ୍ର ଟିକେଟ ବାବଦକୁ ଟଙ୍କା ଦେଇନଥିବା ଟ୍ରାଭେଲ ଏଜେନ୍ସି ପକ୍ଷରୁ ଅଭିଯୋଗ ହୋଇଛି । ପ୍ରାୟ ଟିକେଟ ବାବଦକୁ ପ୍ରାୟ 20 ଲକ୍ଷ 94 ହଜାର ଟଙ୍କା ଦେଇନଥିବା ଅଭିଯୋଗ ହୋଇଛି । ଏ ନେଇ ପୋଲିସ ଠକେଇ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି । ମହମ୍ମଦ ଆଝାରୁଦ୍ଦିନ ପୂର୍ବତନ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ରହିସାରିଛନ୍ତି । ବର୍ତ୍ତମାନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ସଭାପତି ଅଛନ୍ତି । ତେବେ ଏନେଇ ଏକ ଭିଡିଓ ଜାରି କରି ଆଝାରୁଦ୍ଦିନ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
TAGGED:
କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ