ହାଇଦ୍ରାବାଦ: ଅଷ୍ଟ୍ରେଲିଆ ଗସ୍ତ ପରେ ଟିମ୍ ଇଣ୍ଡିଆ ସ୍ବଦେଶ ଫେରିଛି । ସିଡନୀ ଟେଷ୍ଟର ହିରୋ ହନୁମା ବିହାରୀ ଏବଂ ସିରାଜ ମହମ୍ମଦ ଗୁରୁବାର ସକାଳେ ହାଇଦ୍ରାବାଦ ସମସାବାଦ ବିମାନବନ୍ଦରରେ ପହଞ୍ଚିଛନ୍ତି । କ୍ରିକେଟରମାନଙ୍କୁ ସେମାନଙ୍କ ଫ୍ୟାନ୍ସ ପୁଷ୍ପଗୁଚ୍ଛ ସହ ସ୍ବାଗତ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ ସହିତ ଲଙ୍ଗ୍ ଫର୍ମାଟରେ ପ୍ରବେଶ କରିଥିବା ହାଇଦ୍ରାବାଦର ମହମ୍ମଦ ସିରାଜ ସିରିଜ୍ ଶେଷ ସୁଦ୍ଧା ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଛନ୍ତି (13)।
ବିମାନବନ୍ଦରରେ ସିରାଜ-ହନୁମା ବିହାରୀଙ୍କୁ ସ୍ବାଗତ କଲେ ଫ୍ୟାନ୍ସ - HAnuma Vihari
ଅଷ୍ଟ୍ରେଲିଆ ଗସ୍ତ ପରେ ଟିମ୍ ଇଣ୍ଡିଆ ସ୍ବଦେଶ ଫେରିଛି । ସିଡନୀ ଟେଷ୍ଟର ହିରୋ ହନୁମା ବିହାରୀ ଏବଂ ସିରାଜ ମହମ୍ମଦ ଗୁରୁବାର ସକାଳେ ହାଇଦ୍ରାବାଦ ସମସାବାଦ ବିମାନବନ୍ଦରରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...
ସିରାଜ-ହନୁମା ବିହାରୀ
ଦୁଇଟି ଟେଷ୍ଟର ଅଭିଜ୍ଞତା ସହିତ ସେ ଗତ ମ୍ୟାଚରେ ଭାରତୀୟ ବୋଲିଂ ଫୋର୍ସର ନେତୃତ୍ବ ନେଇଥିଲେ। ଯଦିଓ ସେ ପ୍ରଥମ ଇନିଂସରେ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ, ଦ୍ବିତୀୟ ଇନିଂସରେ ସେ ପାଞ୍ଚଟି ୱିକେଟ୍ ନେଇ ପାରିଥିଲେ । ଆଜି(ଗୁରୁବାର) ଅଷ୍ଟ୍ରେଲିଆ ଗସ୍ତ ସମ୍ପର୍କରେ ସିରାଜ ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ପାଞ୍ଚ ଦିନ ବିଶ୍ରାମ ନେବା ପରେ ସିରାଜ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ