ଓଡିଶା

odisha

ETV Bharat / sports

ପୂର୍ବତନ କ୍ରିକେଟର ମୁନାଫ ପଟେଲଙ୍କ ନାଁରେ ମାମଲା ରୁଜୁ

ମୁନାଫ ପଟେଲଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ଗୁଜରାଟ ଭଦୋଦରାର ଜଣେ ବ୍ୟକ୍ତି ମୁନାଫଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ମୁନାଫ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି ।

ମୁନାଫ ପଟେଲ

By

Published : Sep 6, 2019, 8:53 PM IST

ଗୁଜୁରାଟ: ପୂର୍ବତନ ଭାରତୀୟ କ୍ରିକେଟର ମୁନାଫ ପଟେଲଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ଗୁଜରାଟ ଭଦୋଦରାର ଜଣେ ବ୍ୟକ୍ତି ମୁନାଫଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ମୁନାଫ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ବ୍ୟକ୍ତିଜଣଙ୍କ ଅଭିଯୋଗ କରିଛନ୍ତି ।

ଅଭିଯୋଗକାରୀଙ୍କ ନାମ ଦେବେନ୍ଦ୍ର ସୁରତି ବୋଲି ଜଣା ପଡିଛି । ଦେବେନ୍ଦ୍ର କ୍ରିକେଟ ସୁରକ୍ଷା କମିଟିର ସଭାପତି ଅଛନ୍ତି । ଭଦୋଦରା କ୍ରିକେଟ ଆସୋସିଏନରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ସେ ଅଭିଯାନ ଚଳାଇଛନ୍ତି । ଦେବେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ ଅଭିଯାନକୁ ବିରୋଧ କରି ମୁନାଫ ତାଙ୍କୁ ଫୋନ କରିଥିଲେ । ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଛନ୍ତି ।

ସେଥିପାଇଁ ସେ ଭଦୋଦରାର ନବାପୁରା ପୁଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଛନ୍ତି । ଦେବେନ୍ଦ୍ର କହିଛନ୍ତି ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଯଦି ତାଙ୍କର କିଛି ହୋଇଯାଏ ତେବେ ସେଥିପାଇଁ ମୁନାଫ ପଟେଲ ଦାୟୀ ରହିବେ । ନବାପୁରା ପୋଲିସ ଅଭିଯୋଗ ଗ୍ରହଣ କରି ଦେବେନ୍ଦ୍ରଙ୍କ ବୟାନ ରେକର୍ଡ କରିଛି । ଏହି ମାମଲାରେ ଅଧିକ ପଚରାଉଚୁରା କରୁଛି ।

ABOUT THE AUTHOR

...view details