ନୂଆଦିଲ୍ଲୀ:ଭାରତର 2011 ବିଶ୍ବକପ ବିଜୟକୁ 10 ବର୍ଷ ବିତିଛି । 2011 ଏପ୍ରିଲ 2ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଇତିହାସ ରଚିଥିଲା ଭାରତ । 28 ବର୍ଷ ପରେ ଦ୍ବିତୀୟ ଥର ପାଇଁ ଦିନିକିଆ ବିଶ୍ବକପ ଟ୍ରଫି ଉଠାଇଥିଲା ଭାରତୀୟ ଟିମ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଭାରତୀୟ କ୍ରିକେଟ ଇତିହାସରେ ଏହି ସ୍ମରଣୀୟ ଦିନକୁ ସ୍ମରଣ କରିଛି । ଗୋଟିଏ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଏବେକି ସ୍ମୃତି ତାଜା ରହିଛି ବୋଲି ଟ୍ବିଟ କରିଛି ।
ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ସଂସ୍କରଣରେ ଭାରତର ବିଶ୍ବକପ ବିଜୟରେ ଓଡିଶା କନେକ୍ସନ ମଧ୍ୟ ରହିଥିଲା । ସେହି ସମୟରେ ଟିମ ଇଣ୍ଡିଆର ମ୍ୟାନେଜର ଥିଲେ ଓଡିଆ କ୍ରିକେଟର ତଥା କ୍ରୀଡା ପ୍ରଶାସକରୁ ରାଜନେତା ବନିଥିବା ରଞ୍ଜୀବ ବିଶ୍ବାଳ । ଧୋନି ବିଜୟ ସଟ୍ ମାରିବା ପରେ ରଞ୍ଜୀବ ପାଭିଲିୟନରେ ଖୁସିରେ ନାଚିବା ଦୃଶ୍ୟ ମଧ୍ୟ ରହିଛି ।
ଫାଇନାଲ ମ୍ୟାଚରେ ମ୍ୟାଚ ବିଜୟୀ 97 ରନର ଇଂନିସ ଖେଳିଥିବା ଗୌତମ ଗମ୍ଭୀର ମଧ୍ୟ ଜାତୀୟ ପକାତା ସହ କୋଟିକୋଟି ଭାରତୀୟ ଏହିଦିନ ବିଶ୍ବକପ ଜିତିଥିଲେ ବୋଲି ଟ୍ବିଟ କରିଛନ୍ତି ।