ଶାରଜାହ: ଚଳିତ ସଂସ୍କରଣର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ରଥ ପ୍ଲେ-ଅଫ୍ ଦ୍ବାରରେ ପହଞ୍ଚିଛି । ସବୁଠୁ ମଜାଦାର କଥାହେଉଛି, ଟିମକୁ ମିଳିଥିବା 7ଟି ବିଜୟରେ 7ଜଣ ନୂଆ ମ୍ୟାଚ ବିଜେତା ଖେଳାଳି ସାମ୍ନାକୁ ଆସିଛନ୍ତି ଓ ମ୍ୟାଚ ଅଫ ଦ ମ୍ୟାଚ ଆୱାର୍ଡ ଜିତିଛନ୍ତି । ଏହା ବୟାନ କରୁଛି ଦିଲ୍ଲୀ କ୍ୟାପିଟାଲ୍ସ ଟିମ କେତେ ଶକ୍ତିଶାଳୀ ରହିଛି ।
ବାମହାତୀ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସପ୍ତମ ଖେଳାଳି ଭାବେ ମ୍ୟାନ ଅଫ ଦ ମ୍ୟାଚ ବିଜେତା ହୋଇଛନ୍ତି । ଏଥିସହିତ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହା ଦର୍ଶାଉଛି ଯେ, ଜଣେ ଖେଳାଳିଙ୍କ ପ୍ରଦର୍ଶନରେ ଟେବୁଲ ଟପର ହେବା କଷ୍ଟକର ।
ଧାୱନ 58 ବଲରୁ ଅପରାଜିତ 101 ରନର ମାରାଥନ ଇଂନିସ ଖେଳିଛନ୍ତି ଧାୱନ । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ 180 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଦିଲ୍ଲୀ । ତେବେ ଧାୱନ ଶତକୀୟ ଇଂନିସ ଖେଳିବା ସହ ଟିମର ବିଜୟରେ ପ୍ରମୁଖ ଭୁମିକା ନିଭାଇଥିଲେ ।