ଓଡିଶା

odisha

5ଟି ଘଟଣା, ଯାହା ବଦନାମ କରିଥିଲା ଭାରତୀୟ କ୍ରିକେଟକୁ

ଭାରତୀୟ କ୍ରିକେଟରେ ମଧ୍ୟ ଏମିତି 5ଟି ଘଟଣା ରହିଛି, ଯାହା ଭାରତୀୟ ଖେଳାଳିଙ୍କ ଏକତା ଉପରେ ଅଙ୍ଗୁଳି ଉଠାଇଛି । ତେବେ ନଜର ପକାନ୍ତୁ ଭାରତୀୟ କ୍ରିକେଟରେ ଘଟିଥିବା ଏହି ଘଟଣାବଳୀକୁ ନେଇ ଆମର ଏହି ଖାସ ରିପୋର୍ଟ ଉପରେ ।

By

Published : Jul 31, 2019, 4:03 AM IST

Published : Jul 31, 2019, 4:03 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: କ୍ରିକେଟକୁ ଜେଣ୍ଟିଲମ୍ୟାନଙ୍କ ଗେମ ବୋଲି କୁହାଯାଏ । ମାତ୍ର କ୍ରିକେଟରେ ଏମିତି କିଛି କଳଙ୍କ ରହିଛି, ଯେଉଁଥି ପାଇଁ ଏହି ଜେଣ୍ଟିଲମ୍ୟାନ ଗେମ୍‌ ମଧ୍ୟ ବଦନାମ ହୋଇଛି । ସ୍ପଷ୍ଟ ଫିକ୍ସିଂ, କ୍ରିକେଟ ରାଇଭାଲ୍ସ, ବଲ ଟାମ୍ପରିଂ, ଦୁର୍ବଳ ଅମ୍ପେୟାରିଂ ଭଳି ଅନେକ କିଛି ଏହାର ଉଦାହରଣ ।

ମାତ୍ର ଏସବୁ ବ୍ୟତିତ ଆଉ ଏକ କଳଙ୍କ ରହିଛି ଯାହା କେବଳ କ୍ରିକେଟ ନୂହେଁ ବରଂ ଗୋଟିଏ ଦେଶର କ୍ରୀଡା ଉପରେ ପ୍ରଶ୍ନବାଚୀ ଆଣିଥାଏ । ଆଉ ଏହା ହେଉଛି ଦଳର ଖେଳାଳିଙ୍କ ମଧ୍ୟରେ ମତଭେଦ । ତେବେ ଭାରତୀୟ କ୍ରିକେଟରେ ମଧ୍ୟ ଏମିତି 5ଟି ଘଟଣା ରହିଛି, ଯାହା ଭାରତୀୟ ଖେଳାଳିଙ୍କ ଏକତା ଉପରେ ଅଙ୍ଗୁଳି ଉଠାଇଛି । ତେବେ ନଜର ପକାନ୍ତୁ ଭାରତୀୟ କ୍ରିକେଟରେ ଘଟିଥିବା ଏହି ଘଟଣାବଳୀକୁ ନେଇ ଆମର ଏହି ଖାସ ରିପୋର୍ଟ ଉପରେ ।

ବିରାଟ-ରୋହିତ ରାଇଭାଲ୍ସ-

ସଦ୍ୟସମାପ୍ତ ବିଶ୍ବକପ ପରେ ଭାରତୀୟ ଦଳର ଏହି ଦୁଇ ଶକ୍ତିଙ୍କୁ ନେଇ ଚର୍ଚ୍ଚା ହେଉଥିବା ଏହା ତାଜା ଘଟଣା । ଯଦିଓ ସୋମବାର ପ୍ରେସ କନଫରେନ୍ସରେ ବିରାଟ ଏହି ଚର୍ଚ୍ଚାକୁ ଖଣ୍ଡନ କରିସାରିଛନ୍ତି । ମାତ୍ର ଏବେ କିଛି ପ୍ରଶ୍ନର ଉତ୍ତର ସ୍ପଷ୍ଟ ହୋଇପାରିନାହିଁ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଜୁଲାଇ 9 ବିଶ୍ବକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତୀୟ ଦଳର ପରାଜୟ ପରେ ଜାତୀୟ ଗଣମାଧ୍ୟମର ଟପ ନ୍ୟୁଜ ପାଲଟିଛି ବିରାଟ-ରୋହିତଙ୍କ ରାଇଭାଲ୍ସ । କିଛି ମିଡିଆ ରିପୋର୍ଟ ଅନୁସାରେ ଏବେ ଭାରତୀୟ ଦଳ ଦୁଇ ଗୋଷ୍ଠିରେ ବିଭକ୍ତ । ଗୋଟିଏ ବିରାଟ ଗୋଷ୍ଠି ଓ ଅନ୍ୟଟି ରୋହିତ ଗୋଷ୍ଠି । ଅନ୍ୟ କିଛିଙ୍କ କହିବା କଥା ହେଲା, ଏବେ ଭାରତୀୟ ଦଳ ମଧ୍ୟରେ ଆଇପିଏଲ ଯୁଦ୍ଧ ଚାଲିଛି । ରୟାଲ୍ସ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ।


ମୁଲତାନ ଟେଷ୍ଟରେ ସଚିନ-ରାହୁଲ କଣ୍ଟ୍ରୋଭର୍ସି-

ପାକିସ୍ତାନ ବିପକ୍ଷ ମୁଲତାନ ଟେଷ୍ଟରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ଭାରତୀୟ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧ ଯାହା ଭାରତୀୟ କ୍ରିକେଟକୁ ଦୋହଲାଇ ରଖି ଦେଇଥିଲା । ମ୍ୟାଚର 2ୟ ଦିନରେ 194ରନ କରି କ୍ରିଜରେ ଅପରାଜିତ ରହିଥିଲେ ସଚିନ । ଏକ ଛୋଟ ବିରତି ପରେ ହଠାତ୍‌ ଦ୍ରାବିଡ୍‌ ପାଳି ସମାପ୍ତ ଘୋଷଣା କରିଦେଲେ । ଏହା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଦଳର ଖେଳାଳି ଓ ସଚିନ । ମାତ୍ର 6ରନ ପାଇଁ ଆଉ ଏକ ଦ୍ବିଶତକ ଯୋଡିବାରୁ ଦୂରରେ ରହିଗଲେ ସଚିନ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ପାଳି ଘୋଷଣା ହେବା ପରେ କୌଣସି ପ୍ରଶ୍ନ ନକରି ପାଭିଲିୟନ ଫେରି ଆସିଥିଲେ ସଚିନ । ଆଉ ଏନେଇ କେବେ ବି କାହାକୁ ପ୍ରଶ୍ନ କରି ନାହାଁନ୍ତି କ୍ରିକେଟର କିମ୍ବଦନ୍ତୀ ବୋଲାଉଥିବା ଏହି ମହାନ କ୍ରିକେଟର । ମାତ୍ର ଏହି କଥା ସଚିନ ତାଙ୍କ ବାୟୋଗ୍ରାଫିରେ କହିଛନ୍ତି ।

ଶ୍ରୀସନ୍ଥଙ୍କ ଗାଲରେ ଭଜିଙ୍କ ଚାପୁଡା-

ଭାରତୀୟ କ୍ରିକେଟରେ ସର୍ବ ବୃହତ କଣ୍ଟ୍ରୋଭର୍ସି ହେଉଛି ଶ୍ରୀସନ୍ଥଙ୍କୁ ଭଜି ଚାପୁଡା ମାରିବା । ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ଘଟିଥିଲା ଏହି ଘଟଣା । ମ୍ୟାଚ ପରେ ପୁରସ୍କାର ବିତରଣ ଉତ୍ସବରେ ହଠାତ୍‌ ଶ୍ରୀସନ୍ଥ କାନ୍ଦିବାକୁ ଲାଗିଲେ । ପରେ ଜଣାପଡିଲା ଯେ, ମ୍ୟାଚରେ ପରାଜୟ ପାଇଁ ଭଜି ତାଙ୍କୁ ଏକ ଶକ୍ତ ଚାପୁଡା ମାରିଥିଲେ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ପରେ ଏଥିପାଇଁ ଭଜିଙ୍କୁ ପୁରା ସିଜନରୁ ବାଦ ଦିଆଗଲା । ଏଥି ସହିତ ଉକ୍ତ ସିଜିନର ଦରମା ମଧ୍ୟ ଭଜିଙ୍କୁ ମିଳିନଥିଲା । ଆଉ ଆଗାମୀ 5ଟି ଦିନିକିଆରୁ ମଧ୍ୟ ଭଜିଙ୍କୁ ବ୍ୟାନ କରିଥିଲା ବିସିସିଆଇ ।


ଗାଙ୍ଗୁଲି-ଚାପେଲ କଣ୍ଟ୍ରୋଭର୍ସି-

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଭାରତୀୟ କ୍ରିକେଟ ଇତିହାସରେ ଅନ୍ୟତମ କଣ୍ଟ୍ରୋଭର୍ସି ହେଉଛି ନାଟୱେ ଟ୍ରଫି ବିଜୟୀ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଭାରତୀୟ ପୂର୍ବତନ କୋଚ ଗ୍ରେଗ୍‌ ଚାପେଲଙ୍କ ଯୁଦ୍ଧ । ଜିମ୍ବାୱେ ଗସ୍ତ ପୂର୍ବରୁ ଗାଙ୍ଗୁଲିଙ୍କୁ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ ନବ ନିୟୋଜିତ ହୋଇଥିବା କୋଚ୍‌ ଗ୍ରେଗ୍‌ ଚାପେଲ । ତେବେ ଗାଙ୍ଗୁଲିଙ୍କ ଏହି ବୟାନ ପରେ କ୍ରୀଡା ଜଗତରେ ଯୁଦ୍ଧ ସୃଷ୍ଟି ହୋଥିଲା ।

କପିଲ-ଗାଭାସ୍କର କଣ୍ଟ୍ରୋଭର୍ସି-

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଭାରତୀୟ କ୍ରିକେଟ ଇତିହାସରେ ଅନ୍ୟତମ କଣ୍ଟ୍ରୋଭର୍ସି ହେଉଛି କପିଲ ଦେବ ଓ ସୁନୀଲ ଗାଭାସ୍କରଙ୍କ ମଧ୍ୟରେ ହୋଇଥିବା ମତଭେଦ । ଘଟଣାଟି ଘଟିଥିଲା 1984-85 ମସିହା ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ । 2ୟ ଟେଷ୍ଟ ମ୍ୟାଚରେ କପିଲଙ୍କ ଦୁର୍ବଳ ସର୍ଟ ପାଇଁ ସହଜ ମ୍ୟାଚ ଡ୍ର ହୋଇଥିଲା । ଫଳରେ ଆଗାମୀ ମ୍ୟାଚ ପାଇଁ ଦଳୀୟ ଏକାଦଶରେ କପିଲଙ୍କୁ ସ୍ଥାନ ଦେଇନଥିଲେ ଗାଭାସ୍କର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details