କେନ୍ଦୁଝର: ଆରମ୍ଭ ହେଲା ତୃତୀୟ ସର୍ବଭାରତୀୟ ସତ୍ୟପ୍ରସନ୍ନ ସ୍ମାରକୀ କ୍ରିକେଟ ଟୁର୍ଣାମେଣ୍ଟ । ଓଡ଼ିଶାର ଅଗ୍ରଣୀ କ୍ରିକେଟ ଏକାଡେମୀ ଶଙ୍କର ସ୍ପୋଟିଂ କ୍ରିକେଟ ଏକାଡେ଼ମୀ ପକ୍ଷରୁ ତୃତୀୟ ସର୍ବଭାରତୀୟ ସତ୍ୟପ୍ରସନ୍ନ ସ୍ମାରକୀ କ୍ରିକେଟ ଆରମ୍ଭ ହୋଇଛି । ସ୍ଥାନୀୟ ମାଇନିଂ ସ୍କୁଲ ପଡିଆରେ ଦିବାରାତ୍ର ହେବାକୁ ଏହି ପ୍ରତିଯୋଗିତା ମାର୍ଚ୍ଚ ୨ ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ ।
ତୃତୀୟ ସର୍ବଭାରତୀୟ ସତ୍ୟପ୍ରସନ୍ନ ସ୍ମାରକୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ ଏହି ପ୍ରତିଯୋଗିତାରେ ମୋଟ ୧୨ ଟି ଦଳ ଅଂଶଗ୍ରହଣ କରିବେ । ସେଥିମଧ୍ୟରୁ ଓଡ଼ିଶାର ୮ଟି ଓ ଓଡିଶା ବାହାରୁ ୪ ଟି ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ଏକାଡେମୀ ପକ୍ଷରୁ ପ୍ରଥମ ବିଜେତାକୁ ୯ ଫୁଟର ଚମ୍ପିଆନ ଟ୍ରଫି ସହ ଏକ ଲକ୍ଷ ଟଙ୍କା ପୁରସ୍କାର ଅର୍ଥରାଶି ପ୍ରଦେନ କରାଯିବ ।
ରନର୍ସଅପ ପାଇଁ ୭ ଫୁଟର ଟ୍ରଫି ସହ 70 ହଜାରଅର୍ଥ ପୁରସ୍କାର ରଖାଯାଇଛି । ସବୁ ବର୍ଷ ପରି କ୍ରିକେଟକୁ ଆକର୍ଷିତ କରିବା ପାଇଁ ଚିୟର ଗାର୍ଲ ସାଙ୍ଗକୁ ଏଲିଇଡି ଟିଭି ଆଦିର ବ୍ୟବସ୍ଥା କରାଯାଇଥିବା ଏକାଡେମୀ ପକ୍ଷରୁ କୁହାଯାଇଛି।
କ୍ରୀଡା ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକଙ୍କ ସହ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ରହି ଥିଲେ । ପ୍ରଥମ ଦିନର ମ୍ୟାଚ ଜୟଦେବ ସ୍ପୋଟିଂ ଓ ବିଶ୍ୱଭାରତୀ ସ୍ପୋଟିଂ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଜୟଦେବ ସ୍ପୋଟିଂ ବିଜୟୀ ହୋଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ