ଓଡିଶା

odisha

ETV Bharat / sports

ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ: 8 ବର୍ଷ ପରେ ବିରାଟ ବାହିନୀକୁ କ୍ଳିନ ସୁଇପ ଡର ! - ବିରାଟବାହିନୀକୁ କ୍ଳିନ ସୁଇପ ଡର

ଶନିବାର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ 2ୟ ଟେଷ୍ଟ । 2 ଟିକିଆ ଟେଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି ଘରୋଇ ନ୍ୟୁଜିଲାଣ୍ଡ । ଫଳରେ ଆଠବର୍ଷ ପରେ ଟେଷ୍ଟ ସିରିଜରେ ଭାରତକୁ କ୍ଳିନ ସୁଇପ ଡର ଘାରିଛି ।

IND vs NZ
ବିରାଟବାହିନୀକୁ କ୍ଳିନ ସୁଇପ ଡର

By

Published : Feb 28, 2020, 9:41 PM IST

Updated : Feb 28, 2020, 11:46 PM IST

ଖ୍ରୀଷ୍ଟଚର୍ଚ୍ଚ : ଶନିବାର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବ 2ୟ ଟେଷ୍ଟ । 2 ଟିକିଆ ଟେଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି ଘରୋଇ ନ୍ୟୁଜିଲାଣ୍ଡ । ଫଳରେ ଆଠବର୍ଷ ପରେ ଟେଷ୍ଟ ସିରିଜରେ ଭାରତକୁ କ୍ଳିନ ସୁଇପ ଡର ଘାରିଛି । 2012 ପରେ ଟେଷ୍ଟ କ୍ରିକେଟରେ ଭାରତ ଆଧିପତ୍ୟ ବିସ୍ତାର କରିଛି । 2012ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ 4-0ରେ ଶୋଚନୀୟ ସିରିଜ ପରାଜୟ ଭୋଗିଥିଲା । ଏହାପୂର୍ବରୁ ଇଂଲଣ୍ଡ ମଧ୍ୟ 4ଟିକିଆ ସିରଜକୁ ମୂଳପୋଛ କରନେଇଥିଲା ।

ଭାରତୀୟ ଦଳ ମହେନ୍ଦ୍ର ସିଂହ ଧୋନିଙ୍କ ନେତ୍ବତ୍ବରେ ଏହି ପରାଜୟ ଭୋଗିଥିଲା । ତେବେ ଏହାପରେ ବିରାଟ କୋହଲି ଭାରତୀୟ ଟେଷ୍ଟ ଦଳର କ୍ୟାପଟେନ ଭାର ସମ୍ଭାଳିଥିଲେ । ଏହା ପରଠାରୁ ଭାରତ 18ଟି ଟେଷ୍ଟ ସିରଜରେ ବିଜୟୀ ହୋଇଛି । ମାତ୍ର 6ଟି ସିରିଜରେ ପରାସ୍ତ ହେବା ସହ ଗୋଟିଏ ଅମୀମାଶିଂତ ରଖିଛି ।

ନଜର ପକାନ୍ତୁ 2011-12 ପରଠାରୁ ଭାରତୀୟ ଦଳ ପରାସ୍ତ ହୋଇଥିବା ଟେଷ୍ଟ ସିରିଜ ଉପରେ..

ଦକ୍ଷିଣ ଆଫ୍ରିକା 1-0(2), ନ୍ୟୁଜିଲାଣ୍ଡ 1-0(2), ଇଲଣ୍ଡ 3-1(5), ଅଷ୍ଟ୍ରେଲିଆ 2-0(4), ଦକ୍ଷିଣ ଆଫ୍ରିକା 2-1(3), ଇଂଲଣ୍ଡ 4-1(5)

ତେବେ ଏହି ସମସ୍ତ ସିରିଜ ବିଦେଶରେ ଖେଳିଛି ଭାରତ ।

2ୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ବିଜୟୀ ହେଲେ, ଆଠବର୍ଷପରେ ପ୍ରଥମ ଦଳ ଭାବେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ କ୍ଳିନ ସୁଇପ କରିବାର ରେକର୍ଡ କରିବ । ନ୍ୟୁଜିଲାଣ୍ଡ ବର୍ଷ 2002/03ରେ ଷ୍ଟିଫେନ ଫ୍ଳେମିଂଙ୍କ ନେତୃତ୍ବରେ ସୌରଭ ଗାଙ୍ଗୁଲିଙ୍କ ନେତୃତାଧିନ ଭାରତୀୟ ଦଳକୁ 2-0ରେ ହରାଇଥିଲା ।

Last Updated : Feb 28, 2020, 11:46 PM IST

ABOUT THE AUTHOR

...view details