ଆବୁଧାବି: ସ୍ଥାନୀୟ ଶୈଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଥିବା ଜିମ୍ବାୱେ ବିପକ୍ଷ ଦ୍ବିତୀୟ ଟେଷ୍ଟକୁ ଆଫଗାନିସ୍ତାନ ଜିତିନେଇଛି । ଏଥିସହ 1-1ରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବରାବର ହୋଇଛି ।
ମ୍ୟାଚର ପଞ୍ଚମ ଦିନର ଶେଷ ସେସନରେ ନିର୍ଣ୍ଣୟ ହୋଇଥିଲା । ରହମାତ ଶାହଙ୍କ 58 ରନ ସହ ଓପନର ଇବ୍ରାହିମ ଜର୍ଡାନଙ୍କ ସହ 81 ରନର ଭାଗିଦାରୀ ବଳରେ ଆଫଗାନିସ୍ତାନ 108 ରନର ବିଜୟ ଲକ୍ଷ୍ୟକୁ ହାସଲ କରିଥିଲା ।