ନାପିଏର: ନ୍ୟୁଜିଲାଣ୍ଡ 28 ରନ୍ରେ ବାଂଲାଦେଶକୁ ଦ୍ବିତୀୟ ଟି20ରେ ହରାଇ ମଙ୍ଗଳବାର 3 ମ୍ୟାଚ ବିଶିଷ୍ଟ ଟି20 ସିରିଜକୁ ଆଗୁଆ କବ୍ଜା କରିଛି । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ବାଲାଂଦେଶକୁ ଡକୱର୍ଥ ଲୁଇସ ନୀୟମ ଅନୁଯାୟୀ, 16 ଓଭରରେ 170 ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା । ମାତ୍ର 142 ରନ କରିବାକୁ ସମର୍ଥ ହୋଇଥିଲା ବାଂଲାଦେଶ ।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡର ସ୍କୋର 18ତମ ଓଭରରେ 173-5 ରହିଥିଲା । ତେବେ ବର୍ଷା ଯୋଗୁଁ ଇଂନିସ କମ ହୋଇଥିଲା ।