ପୁନେ: ଭାରତ ଓ ଇଂଲଣ୍ଡ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମୁକାବିଲା ଜାରି ରହିଛି । ପ୍ରଥମ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 590 ଓଭରରେ 6 ୱିକେଟ ହରାଇ 336 ରନ କରିଛି । ଫଳରେ ଇଂଲଣ୍ଡ ସାମ୍ନାରେ 337 ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି ।
ନିୟମିତ କ୍ୟାପଟେନ ଇଆନ ମୋର୍ଗାନଙ୍କ ଅନୁପସ୍ଥିତିରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଜସ ବଟଲର । ମାତ୍ର 37 ରନ ମଧ୍ୟରେ ଦୁଇ ଭାରତୀୟ ଓପନର ଶିଖର ଧାୱନ ଓ ରୋହିତ ଶର୍ମାଙ୍କୁ ଆଉଟ କରି ବଲଟରଙ୍କ ନିଷ୍ପତ୍ତିକୁ ବୋଲର ସଠିକ ପ୍ରମାଣିତ କରିଥିଲେ ।
ତେବେ ଏହାପରେ ଆରମ୍ଭ ହୋଇଥିଲା ଅନଭିଜ୍ଞ ଇଂଲିସ ବୋଲିଂ ଆକ୍ରମଣର ଅସଲ ପରୀକ୍ଷା । କ୍ୟାପଟେନ ବିରାଟ କୋହଲି କେଏଲ ରାହୁଲଙ୍କ ମିଶି ଦମଦାର ଭାଗିଦାରୀ କରିଥିଲେ ଓ ଭାରତର ସ୍କୋର ଆଉ କୌଣସି କ୍ଷତିରେ 150 ପାର କରାଇଥିଲେ । ମାତ୍ର 158 ରନର ଦଳୀୟ ସ୍କୋରରେ 79 ବଲ୍ରୁ 3 ଚୌକା ଓ ଗୋଟିଏ ଛକା ସହାୟତାରେ 66 ରନର ଇଂନିସ ଖେଳି ତୃତୀୟ ଖେଳାଳି ଭାବେ ଆଉଟ ହୋଇଥିଲେ କୋହଲି । ଏଥିସହିତ କୋହଲିଙ୍କ ଠାକୁ ଫ୍ୟାନ୍ସଙ୍କ ଶତକ ଆଶା ପୁଣିଥରେ ମଉଳିଯାଇଥିଲା । ମାତ୍ର ରାହୁଲ ଏହି ସୁଯୋଗୁକୁ ହାତଛଡା କରିନଥିଲେ । ଋଷଭ ପନ୍ତଙ୍କ ସହ ମିଶି ଭାରତୀୟ ଇଂନିସକୁ ଆଗକୁ ବଢାଇବା ସହ ଦମଦାର ଶତକ ହାସଲ କରିଥିଲେ । 114 ବଲ୍ରୁ 7 ଚୌକା ଓ 2 ଛକା ସହାୟତାରେ 108 ରନର ମାରାଥନ ଇଂନିସ ଖେଳିଥିଲେ ।