ଓଡିଶା

odisha

ETV Bharat / sports

ବିଶ୍ବକପ: ବିଦାୟୀ ମ୍ୟାଚରେ ବିଜୟୀ ଦକ୍ଷିଣ ଆଫ୍ରିକା, ଭାରତର ସେମି କଣ୍ଟା କଲା ସଫା

ଚଳିତ ବିଶ୍ବକପ୍‌ ଶେଷ ଲିଗ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା‌ 10 ରନ୍‌ରେ ପରାସ୍ତ କରିଛି । ଫଳରେ 14 ପଏଣ୍ଟ ସହ ଟେବୁଲର 2 ସ୍ଥାନରେ ରହିଛି କଙ୍ଗାରୁ ଦଳ ।

By

Published : Jul 7, 2019, 9:55 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ମାଞ୍ଚେଷ୍ଟର: ଚଳିତ ବିଶ୍ବକପ୍‌ ଶେଷ ଲିଗ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା‌ 10 ରନ୍‌ରେ ପରାସ୍ତ କରିଛି । ଫଳରେ 14 ପଏଣ୍ଟ ସହ ଟେବୁଲର 2 ସ୍ଥାନରେ ରହିଛି କଙ୍ଗାରୁ ଦଳ । ବିଶ୍ବକପ ସେମି ରେସରୁ ବାଦ ପଡିସାରିଥିବା ଦକ୍ଷିଣ ଆଫ୍ରିକା ହାଇ ନୋଟରେ ନିଜ ବିଶ୍ବକପ ଅଭିଯାନ ଶେଷ କରିଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଏହି ମ୍ୟାଚ ପରେ ଚଳିତ ବିଶ୍ବକପ ସେମିଫାଇନାଲ ଲାଇନ ଅପ ହୋଇଯାଇଛି । ଭାରତ ଗ୍ରୁପ୍ ବିଜେତା ହୋଇ ଜୁଲାଇ 9 ତାରିଖରେ ନ୍ୟୁଜିଲାଣ୍ଡ୍ ସହିତ ମାଞ୍ଚେଷ୍ଟରରେ ପ୍ରଥମ ସେମିଫାଇନାଲ୍‌‌ରେ ଖେଳିବ । ସେହିପରି ଦ୍ବିତୀୟ ସେମିଫାଇନାଲରେ ଜୁଲାଇ 11ରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମୁକାବିଲା ବର୍ମିଂହାମରେ ଖେଳାଯିବ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଶନିବାର ଡୁ ପ୍ଲେସିସଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା 326ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଡେଭିଡ୍ ୱାର୍ନରଙ୍କ ଜବାବୀ ଶତକ ବଳରେ ଅଷ୍ଟ୍ରେଲିଆ ଲଢ଼ିଥିଲେ ମଧ୍ୟ ବିଜୟ ଲକ୍ଷ୍ୟରେ ପହଞ୍ଚି ପାରିନଥିଲା । ସେହିପରି ଦଳ ପାଇଁ ରେଶି ଭାନଡର ଦୁସେନ (95) ଏବଂ କ୍ବିଣ୍ଟନ୍ ଡି’କକ୍ (52)ଙ୍କ ଦାୟିତ୍ବବାନ ପାଳି ମଧ୍ୟ ରହିଥିଲା ।

ତେବେ ଜବାବରେ ‌ଡେଭିଡ୍ ୱାର୍ନର (122, 117 ବଲ, 15 ଚୌକା, 2ଛକା) ଏବଂ ଆଲେକ୍ସ କ୍ୟାରି (85, 69 ବଲ, 11‌ ଚୌକା, 1 ଛକା) ଲଢ଼ିଥିଲେ । ୱାର୍ନର ଚଳିତ ବିଶ୍ବକପ୍‌ରେ ନିଜ ତୃତୀୟ ଶତକ ହାସଲ କରିଥିଲେ । କିନ୍ତୁ ଅଷ୍ଟ୍ରେଲିଆ ଜିତି ନପାରିବାରୁ ଭାରତ ଗ୍ରୁପ୍ ବିଜେତା ହୋଇଥିଲା।

For All Latest Updates

ABOUT THE AUTHOR

...view details