ଧର୍ମଶାଳା: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ ହୋଇଥିବାରୁ ଉଭୟ ଦଳ ବିଜୟ ଲକ୍ଷ୍ୟରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ବାରତ ଦିନିକିଆ ଟେଷ୍ଟ ସିରିଜରେ ପରାସ୍ତ ହୋଇଥିଲା ।
ବର୍ଷା ଧୋଇନେବ କି ଧର୍ମଶାଳା ଦିନିକିଆ ! - ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ
ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ତେବେ ଏହି ମ୍ୟାଚରେ ବାଧକ ସାଜିପାରେ ବର୍ଷା । ଧର୍ମଶାଳାରେ ବର୍ଷା କାରଣରୁ ପିଚରେ କଭର ରହିଥିବା ଦେଖିବାକୁ ମିଳିଛି ।
ବର୍ଷା ଧୋଇନେବ କି ଧର୍ମଶାଳା ଦିନିକିଆ
ତେବେ ଏହି ସିରିଜରେ ବିଜୟଧାରାକୁ ଫେରିବାକୁ ଳକ୍ଷ୍ୟ ରଖିଛି ବିରାଟ ବାହିନୀ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ବିପକ୍ଷରେ 3-0 ଦିନିକିଆ ସିରିଜ ବିଜୟୀ ହୋଇ ଭାରତ ଗସ୍ତରେ ରହିଛି । ଫଳରେ ଉଭୟ ଟିମ ମଧ୍ୟରେ କଡା ମୁକାବିଲା ହେବା ନେଇ ଆଶା କରାଯାଉଛି ।
ତେବେ ପ୍ରଥମ ମ୍ୟାଚରେ ବାଧକ ସାଜିପାରେ ବର୍ଷା । ଧର୍ମଶାଳାରେ ବର୍ଷା କାରଣରୁ ପିଚରେ କଭର ରହିଥିବା ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ମ୍ୟାଚ ଖେଳାଯିବା ନେଇ ସାମାନ୍ୟ ଆଶଙ୍କା ଦେଖାଦେଇଛି ।