ପୁନେ: ଡେବ୍ୟୁ ମ୍ୟାଚରେ ଆଉ ଜଣେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଚୂଡାନ୍ତ ଏକାଦଶରେ କ୍ରୁଣାଳ ପାଣ୍ଡ୍ୟା ଓ ପ୍ରସିଦ୍ଧ କ୍ରୀଷ୍ଣାଙ୍କ ରୂପରେ ଦୁଇ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇଥିଲା ।
ସିନିୟର ପାଣ୍ଡ୍ୟା 26 ବଲ୍ରୁ ଦମଦାର ଅର୍ଦ୍ଧଶତକ ହାସଲ କରିବା ସହ କେଏଲ ରାହୁଲଙ୍କ ସହ ମିଶି ଷଷ୍ଠ ୱିକେଟ ଯୋଡିରେ 112ରନ୍ର ଭାଗିଦାରୀ କରିଥିଲେ । କ୍ରୁଣାଳ 31 ବଲ୍ରୁ 7 ଚୌକା ଓ 2 ଛକା ସହାୟତାରେ 58 ରନ୍ର ଅପରାଜିତ ବିସ୍ଫୋରକ ଇଂନିସ ଖେଳିଥିଲେ । ଏହା ଅନ୍ତର୍ଜାତୀୟ ଦିନିକିଆରେ ଡେବ୍ୟୁମ୍ୟାଚରେ ଦ୍ରୁତତମ ଅର୍ଦ୍ଧଶତକ ।