ବର୍ମିଂହାମ୍: ପ୍ରଥମ ଆସେସ ଟେଷ୍ଟରେ ଇଂଲଣ୍ଡ ଦୃଢ ସ୍ଥିତିରେ ପହଞ୍ଚିଛି । ଇଂଲଣ୍ଡର ବାମହାତୀ ଓପନର ବ୍ୟାଟ୍ସମ୍ୟାନ ରରି ବର୍ଣ୍ଣସ ପ୍ରଥମ ଟେଷ୍ଟ ଶତକ ହାସଲ କରିଛନ୍ତି । ବର୍ଣ୍ଣସ ପ୍ରାୟ 6 ଘଣ୍ଟାରୁ ଅଧିକ ସମୟ ଅଷ୍ଟ୍ରେଲିଆ ବୋଲରଙ୍କୁ ସଫଳ ମୁକାବିଲା କରିଥିଲେ ।
ପ୍ରଥମ ଆସେସ ଟେଷ୍ଟ: ବର୍ଣ୍ଣସଙ୍କ ଶତକ,ଦୃଢ ସ୍ଥିତିରେ ଇଂଲଣ୍ଡ - ସଫଳ ମୁକାବିଲା
ପ୍ରଥମ ଆସେସ ଟେଷ୍ଟରେ ଇଂଲଣ୍ଡ ଦୃଢ ସ୍ଥିତିରେ ପହଞ୍ଚିଛି । ପ୍ରଥମ ପାଳିରେ ଅଷ୍ଟ୍ରେଲିଆର 284 ରନ ଜବାବରେ ଇଂଲଣ୍ଡ 267-4 ରହିଛି । ପ୍ରଥମ ଆସେସ ଟେଷ୍ଟ ଖେଳୁଥିବା ବାମହାତୀ ଇଂଲଣ୍ଡ ଓପନର ରରି ବର୍ଣ୍ଣସ 125 ରନ କରି ଅପରାଜିତ ଅଛନ୍ତି ।
ପ୍ରଥମ ଆସେସ ଟେଷ୍ଟ ଖେଳୁଥିବା ଏହି ଯୁବ ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲିଆ ବୋଲିଂକୁ ଏକାକୀ ଫିକା କରିଦେଇଥିଲେ । 2ୟ ଦିନର ଖେଳ ଶେଷ ସୁଦ୍ଧା ରରି ବର୍ଣ୍ଣସ 125 ଓ ଇଂଲଣ୍ଡର ଟେଷ୍ଟ ଉପ-ଅଧିନାୟକ ବେନ ଷ୍ଟୋକ୍ସ 38 ରନରେ ଅପରାଜିତ ଅଛନ୍ତି । ଇଂଲଣ୍ଡର ସ୍କୋର 2ୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ 267-4 ରହିଛି । ଅଷ୍ଟ୍ରେଲିଆର 284 ରନ ଜବାବରେ ଇଂଲଣ୍ଡ ମାତ୍ର 17 ରନ ପଛରେ ରହିଛି।
ଇଂଲଣ୍ଡର ବିଶ୍ବକପ ହିରୋ ଜେସନ ରୟ ଟେଷ୍ଟ ମ୍ୟାଚରେ ମଧ୍ୟ ଓପନିଙ୍ଗ କରିଥିଲେ । ତେବେ ମାତ୍ର 10ରନରେ ଜେମ୍ସ ପାଟିନସନଙ୍କ ବଲରେ ସ୍ମିଥଙ୍କ ହାତରେ ସେ ଧରାପଡିଥିଲେ। କ୍ୟାପଟେନ ରୁଟ 57 ରନ କରି ପିଟର ସିଡଲଙ୍କ ଶୀକାର ହୋଇଥିଲେ । ଜୋ ଡେନଲି 18 ଓ ବଟଲର 5 ରନ କରି ଆଉଟ ହୋଇଥିଲେ। ପୂର୍ବରୁ ଷ୍ଟିଭ ସ୍ମିଥଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ 284 ରନ କରିଛି । ଇଂଲଣ୍ଡ 3ୟ ଦିନରେ 267-4ରୁ ଖେଳ ଆରମ୍ଭ କରିବ।