ଓଡିଶା

odisha

ETV Bharat / sports

ପ୍ରଥମ ଆସେସ ଟେଷ୍ଟ: ଅଷ୍ଟ୍ରେଲିଆକୁ ସ୍ମିଥ ସାହା, ଇଂଲଣ୍ଡର ବ୍ରଡ ଅସ୍ତ୍ର

ପ୍ରଥମ ଆସେସ ଟେଷ୍ଟ ରୋମାଞ୍ଚକର ଓ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି । 3ୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ 3 ୱିକେଟ ହରାଇ 34 ରନର ଅଗ୍ରଣୀ ଲାଭ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

By

Published : Aug 4, 2019, 2:18 PM IST

ବର୍ମିଂହାମ: ପ୍ରଥମ ଆସେସ ଟେଷ୍ଟ ରୋମାଞ୍ଚକର ଓ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି । 3ୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ 34 ରନର ଅଗ୍ରଣୀ ସହ, 124 ରନରେ 3ଟି ୱିକେଟ ହରାଇ ସାରିଛି । ପ୍ରଥମ ଇଂନିସ ପରି ପୁଣି 2ୟ ଇନିଂସରେ ଅଷ୍ଟ୍ରେଲିଆର ସଂକଟ ମୋଚକ ସାଜିଛନ୍ତି ସ୍ମିଥ । ପ୍ରଥମ ଇଂନିସରେ 144 ରନର ପାଳି ଖେଳିଥିବା ସ୍ମିଥ, 2ୟ ଇନିଂସରେ 46 ରନ କରି ନଟଆଉଟ ଅଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ପୁଣି ଥରେ ଓପନର ୱାର୍ଣ୍ଣର ଅଷ୍ଟ୍ରେଲିଆକୁ ନିରାଶ କରିଛନ୍ତି । ମାତ୍ର 8 ରନ କରି ଦଳୀୟ ସ୍କୋର 13 ରନ ଥିବାବେଳେ ବ୍ରଡଙ୍କ ପ୍ରଥମ ଶିକାର ହୋଇଥିଲେ ୱାର୍ଣ୍ଣର । ପ୍ରଥମ ଇନିଂସରେ ୱାର୍ଣ୍ଣର 2 ରନ କରି ଆଉଟ ହୋଇଥିଲେ । ପରେ କେମରନ ବାନକ୍ରପ୍ଟ 7 ଓ ଉସମାନ ଖାୱାଜା 40 ରନ କରି ଆଉଟ ହୋଇଛନ୍ତି । ତେବେ ଟ୍ରାଭିସ ହେଡ 21 ଓ ସ୍ମିଥ 46 ଙ୍କ ମଧ୍ୟରେ 49 ରନର ପାର୍ଟନରସିପ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)
ଅଷ୍ଟ୍ରେଲିଆ ପାଖରେ 7 ୱିକେଟ ସୁରକ୍ଷିତ ଥିବାବେଳେ, ବଡ ବିଜୟ ଟାର୍ଗେଟ ରଖିବାକୁ ଦଳ ଲକ୍ଷ୍ୟ ରଖିଛି । ତେବେ ସେଥିପାଇଁ ଷ୍ଟିଭ ସ୍ମିଥଙ୍କ ଉପରେ ଭରସା କରିବ ଦଳ ।

ପୂର୍ବରୁ ଇଂଲଣ୍ଡ 267/4ରୁ 3ୟ ଦିନ ଖେଳ ଆରମ୍ଭ କରିଥିଲା । ଓପନର ରରି ବର୍ଣ୍ଣସ ପ୍ରାୟ 8 ଘଣ୍ଟା ବ୍ୟାଟିଂ କରି 133 ରନ କରି ଆଉଟ ହୋଇଥିଲେ । ପ୍ରଥମ ଇଂନିସରେ 374 ରନରେ ଅଲଆଉଟ ହୋଇଥିଲା । ତେବେ 300/8ଥିବା ଇଂଲଣ୍ଡ ଶେଷ ୱିକେଟ ଯୋଡିରେ 65 ରନ ଯୋଡିଥିଲା । କ୍ରିସ ୱର୍କ୍ସ ଅପରାଜିତ 37 ଓ ଷ୍ଟୁଆର୍ଟ ବ୍ରଡ 29ରନର ଯୋଗଦାନ କରିଥିଲେ ।

ABOUT THE AUTHOR

...view details