ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଜଙ୍ଗଲ ଭୟାଭୟ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ ପାଇଁ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଆୟୋଜନ ହୋଇଥିଲା ବୁସଫାୟାର ଚାରିଟି ମ୍ୟାଚ । ତେବେ ଏହି ମ୍ୟାଚ ପୂର୍ବରୁ ଦୁଇ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ରିକି ପଣ୍ଟିଂ ନେଟ୍ସ ସେସନରେ ବ୍ୟାଟିଂ ଅଭ୍ୟାସ କରୁଥିଲେ । ଏହି ସମୟର ଏକ ଭିଡଓ ପୋଷ୍ଟ କରି ଗୋଟିଏ ଫ୍ରେମରେ 171 ଅନ୍ତର୍ଜାତୀୟ ଶତକ ବୋଲି ଆଇସିସି ଲେଖିଛି ।
ଗୋଟିଏ ଫ୍ରେମରେ 171 ଅନ୍ତର୍ଜାତୀୟ ଶତକ - icc
ଆଇସିସି ଏକ ଭିଡଓ ପୋଷ୍ଟ କରି ଲେଖିଛି, ଗୋଟିଏ ଫ୍ରେମରେ 61,840 ରନ, 171 ଶତକ ଓ 4 ବିଶ୍ବକପ ।
![ଗୋଟିଏ ଫ୍ରେମରେ 171 ଅନ୍ତର୍ଜାତୀୟ ଶତକ 171-international-centuries-caught-in-one-frame-icc](https://etvbharatimages.akamaized.net/etvbharat/prod-images/768-512-6014596-thumbnail-3x2-dadscv.jpg)
ଉଲ୍ଲେଖଥାଉ କି, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଓ କ୍ରିକେଟ କିମ୍ବଦନ୍ତୀ ସଚିନଙ୍କ ନାମରେ ମୋଟ ଅନ୍ତର୍ଜାତୀୟ ସ୍ତରରେ 171 ଶତକ ରହିଛି । ଉଭୟଙ୍କୁ ଗୋଟିଏ ସ୍ଥାନରେ ଦେଖିବା ପ୍ରଶଂସକଙ୍କ ଭିନ୍ନ ଅଭିଜ୍ଞତା ଥିଲା ବୋଲି ଆଇସିସି କହିଛି । ତେବେ ଆଇସିସି ଲେଖିଛି, ଗୋଟିଏ ଫ୍ରେମରେ 61,840 ରନ, 171 ଶତକ ଓ 4 ବିଶ୍ବକପ । ଉଲ୍ଲେଖଯୋଗ୍ୟ, ତେନ୍ଦୁଲକରଙ୍କ ନାମରେ 100 ଓ ପଣ୍ଟିଂ ନାମରେ 71 ଅନ୍ତର୍ଜାତୀୟ ଶତକ ରହିଛି । ବୁସଫାୟାର ମ୍ୟାଚରେ ତେନ୍ଦୁଲକର ପଣ୍ଟି ଏକାଦଶର କୋଚ ଦାୟିତ୍ୱରେ ଥିଲେ । ଯେଉଁଥିରେ ଗ୍ରିଲଖ୍ରୀଷ୍ଟ ଏକାଦଶକୁ ହରାଇଛି ପଏଣ୍ଟିଂ ଏକାଦଶ ବିଜୟୀ ହୋଇଛି । ତେବେ ଏହି ମ୍ୟାଚରୁ ମୋଟ 77ଲକ୍ଷ ଅଷ୍ଟ୍ରେଲୀୟ ଡଲାର୍ ଅର୍ଥରାଶି ଆୟ ହୋଇଥିବା କ୍ରିକେଟ ଅଷ୍ଟ୍ରେଲିଆ ଟ୍ବିଟ କରି ସୂଚନା ଦେଇଛି ।