ଶ୍ରୀନଗର: ଦକ୍ଷିଣ କଶ୍ମୀରର ଅନନ୍ତନାଗର ବାରମୁଲାରେ ଜଣେ 17 ବର୍ଷିୟ କ୍ରିକେଟରଙ୍କ ମତ୍ୟୁ ଘଟିଛି । ମ୍ୟାଚରେ ବ୍ୟାଟିଂ କରିଥିବା ସମୟରେ ତାଙ୍କ ବେକରେ ଆସି ବଲ ବାଜିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତକଙ୍କ ନାମ ଜାହାଙ୍ଗୀର ଅହମ୍ମଦ ୱାର । ଅନନ୍ତନାଗର ବାରମୁଲା ଓ ବଡ଼ଗାମ୍ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଉଥିଲା ।
କ୍ରିକେଟ ବଲ ନେଲା କ୍ରିକେଟରଙ୍କ ଜୀବନ - cricket
ଦକ୍ଷିଣ କଶ୍ମୀରର ଅନନ୍ତନାଗର ବାରମୁଲାରେ ଜଣେ 17 ବର୍ଷିୟ କ୍ରିକେଟରଙ୍କ ମତ୍ୟୁ ହୋଇଛି । ମ୍ୟାଚରେ ବ୍ୟାଟିଂ କରିଥିବା ସମୟରେ ତାଙ୍କ ବେକରେ ବଲ ବାଜିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ତେବେ ଏହି ଷ୍ଟାର୍ ବ୍ୟାଟ୍ସମ୍ୟାନ ବ୍ୟାଟିଂ କରୁଥିବା ବେଳେ ବଡ଼ଗାମ ଟିମର ବୋଲର ଜଣକ ବାଉନ୍ସର ପକାଇଥିଲେ, ଯାହାକୁ ସେ ପୁଲ୍ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ବଲ୍ ବ୍ୟାଟରେ ନବାଜି ସିଧା ତାଙ୍କ ବେକରେ ବାଜିଥିଲା । ବଲ୍ ବାଜିବା ମାତ୍ରକେ ଜାହାଙ୍ଗୀର ପିଚ୍ ଉପରେ ଟଳି ପଡ଼ିଥିଲେ । ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।