କଲମ୍ବୋ: କୋରୋନା ଭାଇରସ ଲକଡାଉନ କୋହଳ ପରେ ଫେରୁଛି କ୍ରିକେଟ । ପ୍ରଥମେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ପରେ କ୍ରିକେଟ ଖେଳୁଥିବା ପ୍ରଥମ ଏସିଆନ ଦେଶ ଭାବେ ଅଭ୍ୟାସକୁ ଫେରିବ ଶ୍ରୀଲଙ୍କା । ଏନେଇ ଶ୍ରୀଲଙ୍ଗା କ୍ରିକେଟ ବୋର୍ଡ(SLC)ର ବଡ ଘୋଷଣା କରିଛି ।
ବୋର୍ଡ ପକ୍ଷରୁ 13 ଜଣ ଖେଳାଳିଙ୍କୁ ଜୁନ ପହିଲାରୁ ଅଭ୍ୟାସ ଆରମ୍ଭ ପାଇଁ ଅନୁମତି ମିଳିଛି । ତେବେ ଅଭ୍ୟାସ ସମୟରେ ସରକାରଙ୍କ ପକ୍ଷରୁ ନିର୍ଧାରିତ ସ୍ବାସ୍ଥ୍ୟ ଗାଇଡଲାଇନକୁ ଖେଳାଳିଙ୍କୁ ପାଳନ କରିବାକୁ ନିର୍ଦ୍ଦେଶ ରହିଛି ।