ଓଡିଶା

odisha

ETV Bharat / sports

IPL ନିଲାମ: 1097 ଖେଳାଳିଙ୍କ ପଞ୍ଜୀକରଣ, ଇଣ୍ଡିଜରୁ ସର୍ବାଧିକ - ହାଇଭୋଲଟେଜ ଆଇପିଏଲ ନିଲାମ

ବହୁ ପ୍ରତିକ୍ଷୀତ ଆଇପିଏଲ ନିଲାମ ପାଇଁ ପଞ୍ଜୀକରଣ କରିଛନ୍ତି 1097 ଖେଳାଳି । ଫେବ୍ରୁଆରୀ 18ରେ ଅନୁଷ୍ଠିତ ହେବ ବିତ୍ତଶାଳୀ ଟି-20 ଲିଗ୍‌ର ହାଇଭୋଲଟେଜ ନିଲାମ ପ୍ରକ୍ରିୟା । ଅଧିକ ପଢନ୍ତୁ...

1097 players register for IPL auction, most from West Indies
ଆଇପିଏଲ ନିଲାମ: 1097 ଖେଳାଳିଙ୍କ ପଞ୍ଜୀକରଣ, ଇଣ୍ଡିଜରୁ ସର୍ବାଧିକ

By

Published : Feb 5, 2021, 9:00 PM IST

ଚେନ୍ନାଇ:ବହୁ ପ୍ରତିକ୍ଷୀତ ଆଇପିଏଲ ନିଲାମ ପାଇଁ ପଞ୍ଜୀକରଣ କରିଛନ୍ତି 1097 ଖେଳାଳି । ଫେବ୍ରୁଆରୀ 18ରେ ଅନୁଷ୍ଠିତ ହେବ ବିତ୍ତଶାଳୀ ଟି-20 ଲିଗ୍‌ର ହାଇଭୋଲଟେଜ ନିଲାମ ପ୍ରକ୍ରିୟା ।

ପଞ୍ଜୀକରଣ କରିଥିବା ଖେଳାଳିଙ୍କ ମଧ୍ୟରୁ ସର୍ବାଧିକ 56 ଜଣ ୱେଷ୍ଟଇଣ୍ଡିଜର ରହିଛନ୍ତି । ପରେ ଅଷ୍ଟ୍ରେଲିଆରୁ 42 ଓ ଦକ୍ଷିଣ ଆଫ୍ରିକାରୁ 38 ଜଣ ପଞ୍ଜୀକରଣ କରିଛନ୍ତି ।

ଗୁରୁବାର ପଞ୍ଜୀକରଣର ଶେଷଦିନ ରହିଥିଲା । ଧାର୍ଯ୍ୟଦିନ ଶେଷ ହେବାପରେ ପଞ୍ଚୀକରଣ କରିଥିବା ଖେଳାଳିଙ୍କ ମଧ୍ୟରେ 21 ଜଣ ଭାରତୀୟ ଖେଳାଳିଙ୍କ ସମେତ, 207 ଜଣ ଅନ୍ତର୍ଜାତୀୟ ଖେଳାଳି ରହିଛନ୍ତି ।

ତାଲିକାରେ ଥିବା 863 ଅନକ୍ୟାପ୍ କ୍ରିକେଟରଙ୍କ ମଧ୍ୟରୁ 743 ଜଣ ଭାରତୀୟ ଓ 68 ଜଣ ବିଦେଶୀ ଖେଳାଳି ରହିଛନ୍ତି ।

ପ୍ରତ୍ୟେକ ଫ୍ରାଞ୍ଚାଇଜ ସର୍ବାଧିକ 25 ଖେଳାଳିଙ୍କୁ ସ୍କ୍ବାଡରେ ରଖିପାରିବେ । 61ଜଣ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ ବିକ୍ରି ହେବେ । ଏହି ସଂଖ୍ୟା ମଧ୍ୟରୁ ପ୍ରାୟ 22ଜଣ ବିଦେଶୀ ଖେଳାଳି ରହିବେ ।

ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଟେଷ୍ଟର ଶେଷ ପରେ ଅପରାହ୍ନ 3ଟାରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବାନେଇ ସୂଚୀ ଘୋଷଣା କରିଛି ଆଇପିଏଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details