ଅହମ୍ମଦାବାଦ: ସଚିନ ରମେଶ ତେନ୍ଦୁଲକର କେବଳ ଏକ ନାମ ନୁହେଁ, ବରଂ କ୍ରିକେଟକୁ ମନଭରି ଭଲପାଉଥିବା ଭାରତ ଭଳି ଦେଶରେ ଅଗଣିତ ହୃହୟର ଭାବାବେଗ । କ୍ରିକେଟ ପ୍ରେମୀଙ୍କ ମଧ୍ୟରେ 'କ୍ରିକେଟର ଭଗବାନ' ଭାବେ ପ୍ରିୟ ତେନ୍ଦୁଲକର, ନିଜର ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟର କ୍ରିକେଟ କ୍ୟାରିୟରରେ ଅଗଣିତ ରେକର୍ଡର ଅଧିକାରୀ ହୋଇଛନ୍ତି । ତେବେ କ୍ରିକେଟ ବିଶେଷଜ୍ଞ ଓ ପ୍ରଶଂସକ ଅନ୍ତର୍ଜାତୀୟ କ୍ରିକେଟରେ 100ତମ ଶତକର ବିରଳ ରେକର୍ଡ ନେଇ ଉତ୍ସାହିତ ଥିଲେ । ଶେଷରେ ତେନ୍ଦୁଲକର ନିରାଶ କରିନଥିଲେ । ନିଜ ସଫଳତମ କ୍ୟାରିୟରରେ ନିଜ ନାମରେ ଏହି କିର୍ତ୍ତୀମାନ ମଧ୍ୟ ଯୋଡିଥିଲେ ।
100 ଅନ୍ତର୍ଜାତୀୟ ଶତକ: ଆଜି ଦିନରେ ଇତିହାସ ରଚିଥିଲେ ସଚିନ ତେନ୍ଦୁଲକର ପ୍ରଥମ ଭାବେ ଅନେକ କିର୍ତ୍ତୀମାନ ନିଜ ନାମରେ ଯୋଡିଛନ୍ତି ତେନ୍ଦୁଲକର । ପ୍ରଥମ ପୁରୁଷ କ୍ରିକେଟ ଭାବେ ସେ ଅନ୍ତର୍ଜାତୀୟ ଦିନିକିଆରେ ଦ୍ବିଶତକ ହାସଲ କରିଛନ୍ତି । ପ୍ରଥମ ଖେଳାଳି ଭାବେ 10,000 ଅନ୍ତର୍ଜାତୀୟ ଦିନିକିଆ ରନ ସଂଗ୍ରହ କରିଛନ୍ତି, 50 ଟେଷ୍ଟ ଶତକ, 20 ଦିନିକିଆ ଶତକ ଓ 12,000 ଟେଷ୍ଟ ରନ କରିଛନ୍ତି । ସବୁ ମାଇଲଷ୍ଟୋନକୁ ପ୍ରଥମେ ଛୁଇଁବାକୁ ଯେମିତି ତେନ୍ଦୁଲକରଙ୍କ ବିଶେଷ ରୁଚି ଥିଲା ।
100 ଅନ୍ତର୍ଜାତୀୟ ଶତକ: ଆଜି ଦିନରେ ଇତିହାସ ରଚିଥିଲେ ସଚିନ ତେନ୍ଦୁଲକର ଏହାର କାରଣ, ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ କ୍ରିକେଟର ଭାବେ ସେ ଅବିଶ୍ବସନୀୟ 100 ଶତକ ହାସଲ କରିବାର ସୁଯୋଗ ମଧ୍ୟ ପାଇଥିଲେ ।
ବର୍ଷ 2011 ମାର୍ଚ୍ଚ 12ରେ ବିଶ୍ବକପ ସମୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ 99ତମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ ସଚିନ । ପରେ 100ତମ ଶତକ ପାଇଁ ତାଙ୍କୁ ପ୍ରାୟ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିଥିଲା ।
ଶେଷରେ ସବୁ ପ୍ରତିକ୍ଷାର ଅନ୍ତ ହୋଇଥିଲା ମାର୍ଚ୍ଚ 16, 2012ରେ । ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିବା ସହ କ୍ରିକେଟ ଇତିହାସରେ ଏକମାତ୍ର ଖେଳାଳି ଭାବେ ଚର୍ଚ୍ଚିତ ଓ ଅବିଶ୍ବସନୀୟ ରେକର୍ଡ 100 ଅନ୍ତର୍ଜାତୀୟ ଶତକର ଅଧିକାରୀ ହୋଇଥିଲେ । 138 ବଲରୁ 10 ଚୌକା ଓ ଗୋଟିଏ ଛକା ସହାୟତାରେ 114 ରନର ଇଂନିସ ଖେଳିଥିଲେ ।
ନଜର ପକାନ୍ତୁ ତେନ୍ଦୁଲକରଙ୍କ ରେକର୍ଡ ତାଲିକା ଉପରେ...
- ସର୍ବାଧିକ ଦିନିକିଆ ମ୍ୟାଚ : 463
- ସର୍ବାଧିକ ଥର ମ୍ୟାନ ଅଫ୍ ଦ ମ୍ୟାଚ ପୁରସ୍କାର : 62
- ସର୍ବାଧିକ ଥର ମ୍ୟାନ ଅଫ ଦ ସିରିଜ : 15
- ଦୀର୍ଘତମ ଦିନିକିଆ କ୍ୟାରିୟର :22 ବର୍ଷ 91 ଦିନ
- ସର୍ବାଧିକ ଦିନିକିଆ ରନ : 18426(ଆଭରେଜ.44.83) 463 ମ୍ୟାଚରେ
- ସର୍ବାଧିକ ଦିନିକିଆ ଶତକ: 49
- ସର୍ବାଧିକ ଶତକ କୌଣସି ଟିମ ବିପକ୍ଷରେ : 9 ବନାମ ଅଷ୍ଟ୍ରେଲିଆ
- ଏକମାତ୍ର ଖେଳାଳି ଭାବେ କୌଣସି ଦେଶ ବିପକ୍ଷରେ 8 କିମ୍ବା ଅଧିକ ଶତକ : 9 ବନାମ ଅଷ୍ଟ୍ରେଲିଆ ଓ 8 ବନାମ ଶ୍ରୀଲଙ୍କା
- ସର୍ବାଧିକ ଥର 50ରୁ ଅଧିକ ରନର ଇଂନିସ : 195(49 ଶତକ ଓ 96 ଅର୍ଦ୍ଧଶତକ)
- ସର୍ବାଧିକ ରନ ଗୋଟିଏ କ୍ୟାଲେଣ୍ଡର ବର୍ଷରେ : 1894(ଆଭରେଜ.65.31) 34 ମ୍ୟାଚ, ବର୍ଷ 1998ରେ
- ସର୍ବାଧିକ ଶତକ ଗୋଟିଏ କ୍ୟାଲେଣ୍ଡର ବର୍ଷରେ : 9, 34 ମ୍ୟାଚରୁ, ବର୍ଷ 1988
- ସର୍ବାଧିକ ଥର ଗୋଟିଏ କ୍ୟାଲେଣ୍ଡର ବର୍ଷରେ 1000 ରନ : 7 ଥର
- ସର୍ବାଧିକ ଥର 90 : 18
- ସର୍ବାଧିକ ଚୌକା: 2016
- ସର୍ବାଧିକ ରନ ବନାମ ଅଷ୍ଟ୍ରେଲିଆ : 71 ମ୍ୟାଚରୁ 44.59 ହାରରେ 3077 ରନ
- ସର୍ବାଧିକ ରନ ବନାମ ଶ୍ରୀଲଙ୍କା : 85 ମ୍ୟାଚରୁ 43.84 ହାରରେ 3113 ରନ
- ସର୍ବାଧିକ ରନ ବନାମ ପାକିସ୍ତାନ : 69 ମ୍ୟାଚରୁ 40.09 ହାରରେ 2526 ରନ
- ପ୍ରଥମ ଖେଳାଳି ଭାବେ ଅନ୍ତର୍ଜାତୀୟ ଦିନିକିଆରେ ଦ୍ବିଶତକ : 200 ଅପରାଜିତ ବନାମ ଦକ୍ଷିଣ ଆଫ୍ରିକା
- ସର୍ବାଧିକ ବିଶ୍ବକପ ରନ : 45 ମ୍ୟାଚରୁ 2278 ରନ
- ସର୍ବାଧିକ ବିଶ୍ବକପ ଶତକ : 44 ଇଂନିସରୁ 6
- ସର୍ବାଧିକ ରନ ଗୋଟିଏ ବିଶ୍ବକପ ସଂସ୍କରଣରେ : 11 ମ୍ୟାଚରୁ 673 ରନ , 2002-03
- ସର୍ବାଧିକ ଟେଷ୍ଟ ରନ : 15, 921
- ସର୍ବାଧିକ ଟେଷ୍ଟ ମ୍ୟାଚ : 200
- ସର୍ବାଧିକ ଟେଷ୍ଟ ଶତକ : 51
- ସର୍ବାଧିକ 90 ଟେଷ୍ଟ ମ୍ୟାଚରେ : 10(ଷ୍ଟିଭ ସ୍ମିଥ, ଷ୍ଟିଭ ୱ ଓ ରାହୁଲ ଦ୍ରାବିଡଙ୍କ ସହ ଯୁଗ୍ମ ବାବେ ରେକର୍ଡର ଅଧିକାରୀ)
- ସର୍ବାଧିକ ଟେଷ୍ଟ ଅର୍ଦ୍ଧଶତକ: 68
- ଦ୍ରୁତତମ 10,000 ଟେଷ୍ଟ ରନ :( 195 ଇଂନିସ- ବ୍ରାଏନ ଲାରା ଓ କୁମାର ସାଙ୍ଗାକାରଙ୍କ ସହ ଯୁଗ୍ମ ଭାବେ ରେକର୍ଡର ଅଧିକାରୀ )
- ଦ୍ରୁତତମ 14,000 ଟେଷ୍ଟ : 279 ଇଂନିସ
- ଦ୍ରୁତତମ 15,000 ଟେଷ୍ଟ ରନ : 300 ଇଂନିସ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ