ହାଇଦ୍ରାବାଦ:ଘୋଷଣା ହେଲା ଇଣ୍ଡିଆନ ପ୍ରିମିୟର ଲିଗର କମେଣ୍ଟେଟର ତାଲିକା । ପ୍ରସାରଣ ମାନ୍ୟତା ହାସଲ କରିଥିବା ଷ୍ଟାର ଓ ଡିଜନେ ଇଣ୍ଡିଆ ଗୁରୁବାର ସମସ୍ତ ଭାଷାର 100ଜଣ କମେଣ୍ଟେଟରଙ୍କ ନାମ ଘୋଷଣା କରିଛନ୍ତି ।
ଶୁକ୍ରବାର ଠାରୁ ଆମ୍ଭ ହେଉଛି ଆଇପିଏଲର 14ତମ ସଂସ୍କରଣ ।
ଆଇପିଏଲ ଇଂଲିସ, ହିନ୍ଦି, ତାମିଲ , ତେଲଗୁ, କନ୍ନଡ, ମାଲାୟଲମ, ବେଙ୍ଗଲି ଓ ମରାଠି ଭାଷାରେ ଡିଜନି+ହଟସଷ୍ଟାରରେ ଧାରାବିବରଣୀ ସହ ପ୍ରସାରଣ ହେବ ।
ସ୍କଟ ଷ୍ଟାଇରିସ, ବ୍ରାଏନ ଲାରା, ବ୍ରେଟ ଲି, ଗ୍ରେମ ସ୍ବାନ, ଡୋମିନିକ କର୍କ ମଧ୍ୟ ଉପସ୍ଥିତ ରହିବେ । ସେନ ୱାଟସନ, ଡେନ ଷ୍ଟେନ ରସ ଟେଲର, ଗ୍ରେମ ସ୍ମିଥ ଓ କେଭିନ ପିଟରସନ ମଧ୍ୟ ଏକ୍ସପର୍ଟ ଉପସ୍ଥାପକ ଭାବେ ସାମିଲ ହେବେ ।
ତେବେ ନଜର ପକାନ୍ତୁ କେଉଁ କ୍ରିକେଟ ଏକ୍ସପର୍ଟ କେଉଁ ଭାଷାରେ କମେଣ୍ଟ୍ରୀ ଦାୟିତ୍ବରେ ରହିବେ:
ହିନ୍ଦୀ: ଆକାଶ ଚୋପ୍ରା, ନିଖିଲ ଚୋପ୍ରା, ଗୌତମ ଗମ୍ଭୀର, ଅଜିତ ଅଗରକର, ଇରଫାନ ପଠାନ, ପାର୍ଥୀବ ପଟେଲ, ଆରପି ସିଂହ, ଦୀପ ଦାସଗୁପ୍ତା, ସୁନୀଲ ଗାଭାସ୍କର ।