ନୂଆଦିଲ୍ଲୀ: ଭାରତୀୟ କ୍ରିକେଟକୁ ଷ୍ଟାର ସ୍ପିନର ହରଭଜନ ସିଂହଙ୍କ ମହତ୍ବପୂର୍ଣ୍ଣ ଯୋଗଦାନ ପାଇଁ କ୍ରିକେଟ ଖେଳାଳି ଧନ୍ୟବାଦ ଜଣାଇଛନ୍ତି । ହରଭଜନ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା (harbhajan singh retire)କରିଛନ୍ତି । ଫଳରେ କ୍ରିକେଟରେ ଶେଷ ହୋଇଛି ହରଭଜନଙ୍କ ଯୁଗ । ମାର୍ଚ୍ଚ ୨୦୧୬ରେ UAE ବିପକ୍ଷରେ ଟି-୨୦ ମୁକାବିଲାରେ ଭାରତ ପାଇଁ ଖେଳିଥିଲେ । ଗତି କିଛି ଦିନ ଧରି ଅତ୍ୟନ୍ତ ସଫଳ ଅନ୍ତର୍ଜାତୀୟ କ୍ୟାରିଅରକୁ ଶେଷ କରିବାକୁ ବିଚାର କରୁଥିଲେ ।
ଅନ୍ତର୍ଜାତୀୟ କ୍ରିକେଟରେ ହରଭଜନ ଦୁଇଟି ବିଶ୍ବକପ ଜିତିଛନ୍ତି । ବର୍ଷ ୨୦୦୭ରେ ପ୍ରଥମ ICC ଟି-୨୦ ବିଶ୍ବକପ ଓ ପରେ ବର୍ଷ ୨୦୧୧ରେ ODI ବିଶ୍ବକପ । ସେ ୧୦୩ଟି ଟେଷ୍ଟରୁ ୪୧୭ ୱିକେଟ, ୨୩୬ ଏକଦିବସୀୟ ମ୍ୟାଚ୍ରୁ ୨୬୯ ୱିକେଟ ଓ ୨୮ଟି ଟି-୨୦ ମ୍ୟାଚ୍ରୁ ୨୫ ୱିକେଟ ହାସଲ କରିଛନ୍ତି ।
ଭାରତୀୟ ଓପନର ଶିଖର ଧାୱନ, ହରଭଜନଙ୍କୁ ସଫଳ କ୍ୟାରିୟର ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଆଗାମୀ ଇଂନିସ ପାଇଁ ଶୁଭକାମନା ଜଣାଇଛନ୍ତି ।