ନୂଆଦିଲ୍ଲୀ: ଅଲିମ୍ପିକ୍ସ ଗେମ୍ସକୁ କ୍ରିକେଟର ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ହେବ । ଆମେରିକାର ଲସ ଏଞ୍ଜେଲେସରେ ହେବାକୁ ଥିବା 2028 ଅଲିମ୍ପିକ୍ସ କ୍ରୀଡାରେ କ୍ରିକେଟ ଏକ ଇଭେଣ୍ଟ ଭାବେ ସାମିଲ ହେବ । ଏନେଇ ପଥ ପରିଷ୍କାର ହୋଇଛି । ଏନେଇ ଲସ ଏଞ୍ଜେଲ୍ସ ଅଲିମ୍ପକ୍ସ ଆୟୋଜକ କମିଟି 2028ରେ କ୍ରିକେଟକୁ ସାମିଲ କରିବାକୁ ପ୍ରସ୍ତାବ ଦେବା ପରେ ଏହା ସ୍ପଷ୍ଟ ହୋଇଛି । ଏହି ଖବର ପ୍ରକାଶ ପାଇବା ପରେ କ୍ରିକେଟପ୍ରେମୀ ଓ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଖୁସି ବ୍ୟକ୍ତ କରିଛି । 128 ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବାକୁ ଯାଉଛି ।
ଦୀର୍ଘ 2 ବର୍ଷ ହେବ ଆଇସିସି ଏହି ପ୍ରଚେଷ୍ଠା ଚଳାଇ ଆସୁଥିଲା । 6ଟି ଦଳକୁ ନେଇ ଉଭୟ ପୁରୁଷ ଓ ମହିଳା ଟି-ଟ୍ବେଣ୍ଟି ପ୍ରତିଯୋଗିତା ଆୟୋଜନ ପାଇଁ ଆଇସିସି ପ୍ରସ୍ତାବ ଦେଇଥିଲା । ଅକ୍ଟୋବର 15 ତାରିଖରେ ମୁମ୍ବାଇରେ ଆଇଓସି ଅଧିବେଶନରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଆଇିସିସିର ଦୀର୍ଘ ବର୍ଷର ପ୍ରଚେଷ୍ଟା ବାସ୍ତବରେ ପରିଣତ ହେବାକୁ ଯାଉଛି । ଆୟୋଜନ କମିଟିର ଏହି ପ୍ରସ୍ତାବକୁ ଅନୁମୋଦନ ଲାଗି ଅନ୍ତର୍ଜାତୀୟ ଅଲିମ୍ପିକ କମିଟିକୁ ପଠାଯିବ । ସ୍ବୀକୃତି ପାଇବା ପରେ ଲସ ଏଞ୍ଜଲେସ ଅଲମ୍ପିକ୍ସରେ ଏହାକୁ ସାମିଲ କରାଯିବ । ଏହି ପ୍ରସ୍ତାବକୁ ସିଗନାଲ ମିଳିଲେ ଅଲିମ୍ପକ୍ସରେ କ୍ରିକେଟ ସାମଲ ହେବା ନେଇ ପଥ ପରିଷ୍କାର ହେବ ଏ ନେଇ ବେଶ ଆନନ୍ଦିତ ବୋଲି କହିଛନ୍ତି ଆଇସିସି ସଭାପତି ଗ୍ରେକ ବ୍ରାକଲେ ।
ଏହା ବି ପଢନ୍ତୁ..ଆଜି ଏସିଆନ ଗେମ୍ସରେ ଭାଗ ନେଇଥିବା ଖେଳାଳିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ