କଲମ୍ବୋ:ଶ୍ରୀଲଙ୍କା ଗସ୍ତରେ ଯାଇଥିବା ଭାରତୀୟ ସୀମିତ ଓଭର କ୍ୟାମ୍ପରେ ବଢୁଛି କୋଭିଡ ସଂକ୍ରମିତଙ୍କ ସଂଖ୍ୟା । କ୍ରୁଣାଳ ପାଣ୍ଡ୍ୟା COVID-19 ପଜିଟିଭି ଚିହ୍ନଟ ହେବାର ତିନିଦିନ ପରେ ସ୍ପିନର ୟୁଜଭେନ୍ଦ୍ର ଚହଲ ଓ କେ ଗୌତମ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଉଭୟ ଖେଳାଳି କୃଣାଳଙ୍କ ସଂସ୍ପର୍ଶରେ ଆସିଥିଲେ । ରିପୋର୍ଟ ପଜିଟିଭ ଜଣାପଡିବା ପରେ ଟିମ ହୋଟେଲ୍ରେ ସ୍କ୍ବାଡର ଅନ୍ୟ ସଦସ୍ୟଙ୍କ ଠାରୁ ତାଙ୍କୁ ଅଲଗା କରାଯାଇଛି ।