ମାଞ୍ଚେଷ୍ଟର:ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ବାତିଲ । ଭାରତୀୟ କ୍ୟାମ୍ପରେ ଏକାଧିକ ସଦସ୍ୟ କୋଭିଡ୍ ସଂକ୍ରମିତ ଚିହ୍ନଟ ପରେ ସିରିଜର ଅନ୍ତିମ ଟେଷ୍ଟକୁ ବାତିଲ କରାଯାଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଓ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB)ର ସହମତିରେ ଏହି ନିଷ୍ପତ୍ତି ନିଆଯାଇଛି । ପଞ୍ଚମ ଟେଷ୍ଟ ପୂର୍ବରୁ ଭାରତ ୨-୧ରେ ଆଗୁଆ ରହିଥିଲା । ଶେଷ ମ୍ୟାଚ ବାତିଲ୍ ପରେ ଭାରତ ସିରିଜ ବିଜେତା ଘୋଷିତ ହେବାନେଇ ଆଶାକରାଯାଉଥିଲା । ମାତ୍ର ଦୁଇ ବୋର୍ଡ ମଧ୍ୟରେ ଏକ ଅଜବ ଚୁକ୍ତି ହୋଇଛି ଯେଉଁ ନିଷ୍ପତ୍ତିରେ ଭାରତୀୟ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ଭାରତୀୟ କ୍ୟାମ୍ପରେ COVID କେସ୍ ପରେ BCCI ଏକ ନୂଆ ଟିମ ଦେବାକୁ ଅସମର୍ଥ ଦର୍ଶାଇ ପରାଜୟ ସ୍ବୀକାର କରିଛି ।
ପ୍ରଥମ ମାଞ୍ଚେଷ୍ଟର ଟେଷ୍ଟର ଆରମ୍ଭ ଆଜି(ଗୁରୁବାର) ହେବନାହିଁ ବୋଲି ଉଭୟ ବୋର୍ଡ ନିଷ୍ପତ୍ତି କରିଥିଲେ । ପରେ ଖେଳାଳିଙ୍କୁ ଅଧିକ ସଂଖ୍ୟକ କୋଭିଡ ଟେଷ୍ଟ କରାଯିବା ନେଇ ସ୍ଥିର ହୋଇଥିଲା ଓ ସଂସ୍ପର୍ଶରେ ଆସିନଥିବା ଖେଳାଳିଙ୍କୁ ନେଇ ମ୍ୟାଚ୍ ଖେଳାଯିବାକୁ ECB ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ଭାରତ ଏହା କରିବାକୁ ଅସମର୍ଥ ପ୍ରକାଶ କରିଥିଲା ବୋଲି, ECB ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଏଥିସହ ସିରିଜ ୨-୧ରେ ଡ୍ରରେ ଶେଷ ହେଲା ବୋଲି କୁହାଯାଇଛି ।
ଇଂଲଣ୍ଡ ମାଟିରେ ଐତିହାସିକ ଟେଷ୍ଟ ସିରିଜ ବିଜୟର ସୁବର୍ଣ୍ଣ ସୁଯୋଗ ଟିମ ଇଣ୍ଡିଆ ପାଖରେ ରହିଥିଲା । ସିରିଜରେ ୨-୧ରେ ଆଗୁଆ ଥିବାରୁ ମାଞ୍ଚେଷ୍ଟର ଟେଷ୍ଟରେ ବିଜୟ କିମ୍ବା ଡ୍ର ହୋଇଥିଲେ, ଭାରତ ସିରିଜ ବିଜୟୀ ହୋଇଥା'ନ୍ତା ।