ଓଡିଶା

odisha

ETV Bharat / sports

ଅକ୍ସିଜେନ୍ ସଙ୍କଟ: ଖେଳାଳିଙ୍କ ପରେ ଅଷ୍ଟ୍ରେଲିଆ କ୍ରିକେଟ ଗଣମାଧ୍ୟମ ସଂଘ ଦେଲା 4200 ଡଲାର - ମହାମାରୀ ମୁକାବିଲା

ଅଷ୍ଟ୍ରେଲୀୟ କ୍ରିକେଟ ଗଣମାଧ୍ୟମ ସଂଘ ମଧ୍ୟ ଭାରତକୁ ସଂକଟ ସମୟରେ ସହାୟତାର ରାଶି ଆକାରରେ 4,200 ଡଲାର ଦାନ କରିଛି । ଅଧିକ ପଢନ୍ତୁ...

COVID-19: Australian Cricket Media Association donates $4200 to help India fight pandemic
ମହାମାରୀ ମୁକାବିଲା: ଭାରତକୁ ଅଷ୍ଟ୍ରେଲୀୟ କ୍ରିକେଟ ଗଣମାଧ୍ୟମ ସଂଘର 4,200 ଡଲାର ଦାନ

By

Published : Apr 30, 2021, 4:45 PM IST

ହାଇଦ୍ରାବାଦ: ଦେଶରେ କୋରୋନାର ଦ୍ବିତୀୟ ଲହର ସୁନାମୀ ଭଳି ଭୟାଭୟତା ଖେଳାଇଥିବା ବେଳେ ଭାରତକୁ ସହାୟତାର ତାଲିକା ଲମ୍ବା ହେବାରେ ଲାଗିଛି । ଅଷ୍ଟ୍ରେଲୀୟ କ୍ରିକେଟ ଗଣମାଧ୍ୟମ ସଂଘ ମଧ୍ୟ ଭାରତକୁ ସଂକଟ ସମୟରେ ସାହାଯ୍ୟ ପାଇଁ ଆଗେଇ ଆସିଛି । ଭାରତର କୋରୋନା ବିରୋଧି ଲଢେଇରେ ସାମିଲ ହେବା ସହ ସହାୟତାର ରାଶି ଆକାରରେ ସଂଘ 4,200 ଡଲାର ଦାନ କରିଛି ।

ଟ୍ବିଟରରେ ଭାରତ ଉଦ୍ଦେଶ୍ୟରେ ସାମ୍ବାଦିକ ବେନ ହର୍ଣ୍ଣ ଲେଖିଛନ୍ତି, " ଅଷ୍ଟ୍ରେଲୀୟ କ୍ରିକେଟ ଗଣମାଧ୍ୟମ ଭାରତ ଓ ମହାନ ଭାରତୀୟ ଲୋକେ ଯେଉଁମାନେ ବର୍ତ୍ତମାନ ବିପଦରେ ରହିଛନ୍ତି, ସେମାନଙ୍କ ପ୍ରତି ସ୍ବତନ୍ତ୍ର ଭଲପାଇବା ରହିଛି । ଅଷ୍ଟ୍ରେଲିଆନ କ୍ରିକେଟ ମିଡିଆ ଆସୋସିଏସନ 4200 ଡଲାର ଏକ ଛୋଟ ଦାନ ସହାୟତା ରାଶି ଆକାରରେ ପ୍ରଦାନ କରିଛି ।"

ପୂର୍ବରୁ ପଞ୍ଜାବ କିଙ୍ଗ୍ସ ବ୍ୟାଟ୍ସମ୍ୟାନ ନିକୋଲାସ ପୁରୋନ ମଧ୍ୟ ଆଇପିଏଲ ଦରମାର କିଛି ଭାଗ ମହାମାରୀରେ ଜୁଝିହେଉଥିବା ଭାରତୀୟଙ୍କ ଲୋଲଙ୍କ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି । ପଞ୍ଜାବ କିଙ୍ଗ୍ସ ଫ୍ରାଞ୍ଚାଇଜ ମଧ୍ୟ ଦେଶର ହସ୍ପିଟାଲ ଗୁଡିକରେ ଅକ୍ସିଜେନ ଉପଲବ୍ଧ କରିବାକୁ ଫଣ୍ଡ୍‌ ସଂଗ୍ରହରେ ଲାଗିଛି ।

ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟ ଭାରତର କୋରୋନା ବିରୋଧି ଲଢେଇରେ ସାମିଲ ହେବାସହ ସହାୟତା ରାଶି ପ୍ରଦାନ କରିଛନ୍ତି । ଅଷ୍ଟ୍ରେୀୟ କ୍ରିକେଟର ପାଟ କମିନ୍ସ ଓ କମେଣ୍ଟେଟର ବ୍ରେଟ ଲି ମଧ୍ୟ ଭାରତକୁ ସହାୟତା ରାଶି ଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details