ଓଡିଶା

odisha

ETV Bharat / sports

ପାକିସ୍ତାନ ଗସ୍ତରେ ଥିବା ୱେଷ୍ଟଇଣ୍ଡିଜ୍‌ର ୩ କ୍ରିକେଟରଙ୍କୁ କୋରୋନା - ୱେଷ୍ଟଇଣ୍ଡିଜ୍‌ କ୍ରିକେଟରଙ୍କୁ କୋରୋନା

ପାକିସ୍ତାନ ଗସ୍ତରେ ଥିବା ୱେଷ୍ଟଇଣ୍ଡିଜ୍‌ କ୍ରିକେଟ ଟିମକୁ ବଡ ଝଟ୍‌କା । ଟି-୨୦ ସିରିଜର ଦିନକ ପୂର୍ବରୁ ଟିମର ୩ଜଣ ଖେଳାଳି COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହୋଇଥିବା ୩ ୱେଷ୍ଟଇଣ୍ଡିଜ କ୍ରିକେଟର ହେଉଛନ୍ତି ସେଲଡନ କଟ୍ରେଲ, ରୋଷ୍ଟନ ଚେଜ୍‌ ଓ କେଏଲ ମେୟର୍ସ । ଅଧିକ ପଢନ୍ତୁ

Cottrell, Chase, Mayers test positive for Covid-19; to miss T20Is against Pakistan
ପାକିସ୍ତାନ ଗସ୍ତରେ ଥିବା ୱେଷ୍ଟଇଣ୍ଡିଜ୍‌ର ୩ କ୍ରିକେଟରଙ୍କୁ କୋରୋନା

By

Published : Dec 12, 2021, 7:13 PM IST

କରାଚୀ:ପାକିସ୍ତାନ ଗସ୍ତରେ ଥିବା ୱେଷ୍ଟଇଣ୍ଡିଜ୍‌ କ୍ରିକେଟ ଟିମକୁ ବଡ ଝଟ୍‌କା । ଟି-୨୦ ସିରିଜର ଦିନକ ପୂର୍ବରୁ ଟିମର ୩ଜଣ ଖେଳାଳି COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହୋଇଥିବା ୩ ୱେଷ୍ଟଇଣ୍ଡିଜ କ୍ରିକେଟର ହେଉଛନ୍ତି ସେଲଡନ କଟ୍ରେଲ, ରୋଷ୍ଟନ ଚେଜ୍‌ ଓ କେଏଲ ମେୟର୍ସ । ଏଥିସହ ପାକିସ୍ତାନରେ ପହଞ୍ଚିବା ପରେ ଟିମର ଜଣେ ଅଣକୋଚିଂ ଷ୍ଟାଫ୍‌ଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଥିବା ଜଣାପଡିଛି ।

ଫଳରେ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ଏହି ୩ ଖେଳାଳି ଅଂଶଗ୍ରହଣ କରିପାରିବେ ନାହିଁ । କ୍ରିକେଟ ୱେଷ୍ଟଇଣ୍ଡିଜ(CWI)ର ସୂଚନା ଅନୁଯାୟୀ, ରିପୋର୍ଟ ନେଗେଟିଭ ଆସିବା ପର୍ଯ୍ୟନ୍ତ ସମସ୍ତ ୪ ସଦସ୍ୟ ଆଇସୋଲେସନରେ ରହିବେ । ଟିମର ଫିଜିସିଆନ ଅକ୍ଷୟୀ ମାନସିଂ ଖେଳାଳିଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିବେ ।

ଏହାମଧ୍ୟ ପଢନ୍ତୁ:ଆଜି ମୁମ୍ବାଇ ପହଞ୍ଚିପାରେ ଟିମ ଇଣ୍ଡିଆ, ଡିସେମ୍ବର ୧୬ରୁ ଦକ୍ଷିଣ ଆଫ୍ରିକା ଯାତ୍ରା

ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ(CWI) ପକ୍ଷରୁ ରବିବାର କରାଯାଇଥିବା ଟ୍ବିଟ୍‌ରେ ଏହା ଲେଖାଯାଇଛି ଯେ, "ବାମହାତୀ ସ୍ପିନର ସେଲଡନ୍‌ କଟ୍ରେଲ, ଅଲରାଉଣ୍ଡର ରୋଷ୍ଟନ ଚେଜ୍‌ ଓ କେଏଲ ମେୟର୍ସ ଓ ଟିମ ମ୍ୟାନେଡମେଣ୍ଟ୍‌ର ଜଣେ ଅଣ କୋଚିଂ ଷ୍ଟାଫ୍‌ କରାଚୀରେ COVID-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଗାମୀ ପାକିସ୍ତାନ ସିରିଜରେ ଏହି ଖେଳାଳି ଅଂଶଗ୍ରହଣ କରିପାରିବେ ନାହିଁ । ସମସ୍ତ ୪ ସଦସ୍ୟ ପୂର୍ବରୁ ଟିକା ନେଇସାରିଛନ୍ତି ଓ ତାଙ୍କଠାରେ କୌଣସି ବଡ ଲକ୍ଷଣ ମଧ୍ୟ ନାହିଁ ।"

୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ସୋମବାର ଠାରୁ ଆରମ୍ଭ ହେବାନେଇ ସୂଚୀ ରହିଛି । ସିରିଜର ପ୍ରଥମ ମ୍ୟାଚ୍‌ କରାଚୀରେ ନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details