ଲଣ୍ଡନ: ଟୋକିଓ ଅଲମ୍ପିକ୍ସରେ ଯୋଗ ଦେଇଥିବା ଭାରତୀୟ ଆଥେଲଟଙ୍କୁ ଶୁଭକାମନା ଜଣାଇବା ସହ ତାଙ୍କୁ ଉତ୍ସାହିତ କରିଛନ୍ତି ଭାରତୀୟ ଟେଷ୍ଟ କ୍ରିକେଟର ଚେତେଶ୍ବର ପୂଜାରା । ଏହାକୁ ନେଇ ଏକ ଭିଡିଓ ଜାରି କରିଛନ୍ତି । ବିସିସିଆଇ ଚେତେଶ୍ବର ପୂଜାରାଙ୍କ ଏହି ଭିଡିଓକୁ ସେୟାର କରିଛି । "ଚିୟର ଫର୍ ଇଣ୍ଡିଆ" (#Cheer4India) ଅଭିଯାନରେ ସାମିଲ ହୋଇଛନ୍ତି ଚେତେଶ୍ବର ପୂଜାରା ।
ଭିଡିଓ ସେୟାର କରି ଚେତେଶ୍ବର ପୂଜାରା କହିଛନ୍ତି ଯ, "ଭାରତୀୟ ଆଥେଲେଟମାନେ ପଦକ ଜିତିବାକୁ ଟୋକିଓ ଅଲମ୍ପିକ୍ସରେ ଜୋରଦାର ପ୍ରୟାସ କରୁଛନ୍ତି । ଏଥିପାଇଁ ସେମାନେ ଅନେକ ବଳିଦାନ ଦେଇଛନ୍ତି । ଚିୟର ଫର ଇଣ୍ଡିଆରେ ସାମିଲ ହୁଅନ୍ତୁ ଓ ତାଙ୍କୁ ଉତ୍ସାହିତ କରନ୍ତୁ ।"