ହାଇଦ୍ରାବାଦ : ଓଡିଆ ଖେଳାଳି ଶୁଭ୍ରାଂଶୁକୁ ରିଟେନ୍ କଲା ଚେନ୍ନାଇ ସୁପର କିଙ୍ଗ୍ସ । ଓଡିଆ କ୍ରିକେଟରଙ୍କ ଉପରେ ଭରସା କରିଛି CSK । କିଛି ବଡ ବଡ କ୍ରିକେଟରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ରିଲିଜ କରିଛି । ହେଲେ ରିଟେନ ତାଲିକାରେ ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କ ନାମ ଦେଖିବାକୁ ମିଳିଛି । ଏନେଇ ବର୍ଷ ୨୦୨୩ ଆଇପିଏଲ ସଂସ୍କରଣରେ ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁଯୋଗ ଦେଇ ପାରେ ବୋଲି ଆଶା କରାଯାଉଛି ।
ଶୁଭ୍ରାଂଶୁଙ୍କୁ ରଖିଲା CSK, ଦେଇପାରେ ସୁଯୋଗ - ୨୦୨୩ ଆଇପିଏଲ
ଓଡିଆ ଖେଳାଳି ଶୁଭ୍ରାଂଶୁକୁ ରିଟେନ୍ କଲା ଚେନ୍ନାଇ ସୁପର କିଙ୍ଗ୍ସ । ଏନେଇ ବର୍ଷ ୨୦୨୩ ଆଇପିଏଲ ସଂସ୍କରଣରେ ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁଯୋଗ ଦେଇ ପାରେ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ
ବିଶ୍ବର ସବୁଠାରୁ ଲୋକପ୍ରିୟ ଘରୋଇ କ୍ରିକେଟ ଲିଗ୍ ଆଇପିଏଲ (Indian Premier League) ସଂସ୍କରଣର ବର୍ଷ ୨୦୨୩ ରିଟେସନ ପାଇଁ ଗତକାଲି (ମଙ୍ଗଳବାର) ଥିଲା ଶେଷ ତାରିଖ । ଆଇପିଏଲ ୨୦୨୩ ପାଇଁ ୧୦ଟି ଦଳ ନିଜ ନିଜର ଖେଳାଳିଙ୍କ ତାଲିକା ଘୋଷଣା କରିଛନ୍ତି । ଏହାରି ଭିତରେ CSK ୮ ଜଣ ଖେଳାଳିଙ୍କୁ ରିଲିଜ୍ କରିଛି । ସେହିପରି ୧୮ ଜଣ ଖେଳାଳିଙ୍କୁ ରିଟେନ ରଖିଛି । ତେବେ ଏହି ୧୮ ଜଣ ରିଟେନ୍ ତାଲିକାରେ ଦେଖିବାକୁ ମିଳିଛି ଓଡିଆ କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କ ନାମ । ଦଳ ଓଡିଆ ଖେଳାଳିଙ୍କୁ ଉପରେ ଆସ୍ଥା ପ୍ରକଟ କରିଛି । ଏଥିରୁ ଯାହ ଅନୁମାନ କରାଯାଉଛି CSK ୨୦୨୩ ଆଇପିଏଲ ସଂସ୍କରଣରେ ଶୁଭ୍ରାଂଶୁ ସେନାପତିଙ୍କୁ ସୁଯୋଗ ଦେଇପାରେ । ଆଇପିଏଲର ଆଗାମୀ ସଂସ୍କରଣରେ ୟେଲ୍ଲୋ ଜର୍ସିରେ ଶୁଭ୍ରାଂଶୁଙ୍କ ପରଫରମେନ୍ସ ଦେଖିବାକୁ ମିଳିପାରେ ।
CSK ଶୁଭ୍ରାଂଶୁ ସେନାପତିଙ୍କୁ ଆଇପିଏଲର ପୂର୍ବ ସଂସ୍କରଣରେ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ହେଲେ ଗତ ସଂସ୍କରଣରେ ଶୁଭ୍ରାଂଶୁଙ୍କୁ ଦଳ ପକ୍ଷରୁ କୌଣସି ସୁଯୋଗ ମିଳି ପାରି ନଥିଲା । ତେବେ ସିଏସକେ ରିଟେନ ଲିଷ୍ଟରେ ଶୁଭ୍ରାଂଶୁଙ୍କ ନାମ ପ୍ରକାଶ ପାଇବା ପରେ ଆଶା କରାଯାଉଛି ଯେ ଦଳ ବର୍ଷ ୨୦୨୩ ଆଇପିଏଲ ସଂସ୍କରଣରେ ତାଙ୍କୁ ସୁଯୋଗ ପ୍ରଦାନ କରିପାରେ । ସେପଟେ ମୁମ୍ବାଇରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିରେ ଉତ୍ତରଖଣ୍ଡ ବିପକ୍ଷରେ ଓଡିଶାର ଶୁଭ୍ରାଂଶୁ ସେନାପତି ୬୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।