ଓଡିଶା

odisha

ETV Bharat / sports

Border Gavaskar Trophy: ଭାରତୀୟ ସ୍କ୍ୱାର୍ଡରେ ଆଉ ୪ କ୍ରିକେଟରଙ୍କ ସାମିଲ

ପୂର୍ବରୁ BCCI ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ସ୍କ୍ବାଡ ଘୋଷଣା କରିଥିଲା । ତେବେ ଆଜି ଆଉ ୪ ଖେଳାଳିଙ୍କ ନାମ ଘୋଷଣା କରିଛି । ଅଧିକ ପଢନ୍ତୁ

By

Published : Feb 4, 2023, 10:22 PM IST

ନେଟ୍ସରେ ଅଭ୍ୟାସ କରୁଛନ୍ତି ଭାରତୀୟ କ୍ରିକେଟର
ନେଟ୍ସରେ ଅଭ୍ୟାସ କରୁଛନ୍ତି ଭାରତୀୟ କ୍ରିକେଟର

ହାଇଦ୍ରାବାଦ : ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ସାମିଲ ହେଲେ ଆଉ ଚାରି କ୍ରିକେଟର । ଆସନ୍ତା ଫେବୃଆରୀ ୯ ତାରିଖରୁ ବୋର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହେବ । ପୂର୍ବରୁ BCCI ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ସ୍କ୍ବାଡ ଘୋଷଣା କରିଥିଲା । ତେବେ ଆଜି (ଶନିବାର) ଆଉ ୪ ଖେଳାଳିଙ୍କ ନାମ ଘୋଷଣା କରିଛି । ରିପୋର୍ଟ ଅନୁସାରେ BCCI ୱାସିଙ୍ଗଟନ ସୁନ୍ଦର, ସୌରଭ କୁମାର, ସାଇ କିଶୋର ଏବଂ ରାହୁଲ ଚହରଙ୍କୁ ବୋର୍ଡର ଗାଭାସ୍କର ଟ୍ରଫି ଟିମ ଇଣ୍ଡିଆ ସ୍କ୍ବାଡରେ ସାମିଲ କରିଛି ।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜକୁ ଗୁରୁତର ଭାବରେ ନେଇଛି ଟିମ ଇଣ୍ଡିଆ । ବୋର୍ଡର ଗାଭାସ୍କର ଟ୍ରଫି ନେଇ ମଇଦାନରେ ଝାଳ ବୁହାଇବାର ନଜର ଆସିଛନ୍ତି ଭାରତୀୟ କ୍ରିକେଟର । ମଇଦାନରେ ପ୍ରାକ୍ଟିସ କରୁଥିବାର ଫଟୋ BCCI ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛି । ତେବେ ଏହି ସିରିଜରେ ସ୍ପିନରଙ୍କ ଦବଦବା ରହିବା ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପକ୍ଷରେ ଅଷ୍ଟ୍ରେଲିଆ ଭାରତୀୟ ସ୍ପିନର ବିପକ୍ଷରେ ଟକ୍କର ଦେବା ନେଇ ଜୋରଦାର ପ୍ରସ୍ତୁତି ଚଳାଇଛି । ସେପଟେ କଙ୍ଗାରୁ ଟିମକୁ ମାତ୍ ଦେବା ପାଇଁ ଭାରତୀୟ ଦଳ ମଧ୍ୟ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛି ।

ନେଟ୍ସରେ ପ୍ରକ୍ଟିସ ଜାରି ରଖିଛନ୍ତି ଭାରତୀୟ କ୍ରିକେଟର । ଟିମ ଇଣ୍ଡିଆ ସ୍କ୍ବାଡରେ ଜୟଦେବ ଉନାଦକତ, ମହମ୍ମଦ ସିରାଜ, ମହମ୍ମଦ ସାମି, ଉମେଶ ଯାଦବଙ୍କ ଭଳି ଚାରି ଫାଷ୍ଟ ବୋଲର ରହିଛନ୍ତି । ଯଦି ଆମେ ସ୍ପିନର ଉପରେ ନଜର ପକାଇବା ତାହେଲେ ସ୍କ୍ବାଡରେ ରବିଚନ୍ଦ୍ରନ ଅଶ୍ବୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଏବଂ କୂଲଦୀପ ଯାଦବ ସାମିଲ ରହିଛନ୍ତି । ସେପଟେ ଟିମ ଇଣ୍ଡିଆର ବ୍ୟାଟିଂ ଲାଇନ ଅପ ମଧ୍ୟ ନେଟ୍ସରେ ଝାଳ ବୁହାଇଛି ।

ଟିମ ଇଣ୍ଡିଆ ସ୍କ୍ବାଡ - ରୋହିତ ଶର୍ମା ( ଅଧିନାୟକ), ଲୋକେଶ ରାହୁଲ ( ଉପଅଧିନାୟକ ), ଶୁବମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, କେଏସ ଭରତ ( ୱିକେଟ କିପର ), ଇଶାନ କିଶାନ ( ୱିକେଟ କିପର ), ରବିଚନ୍ଦ୍ରନ ଅଶ୍ବୀନ, ଅକ୍ଷର ପଟେଲ, କୂଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମ୍ମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନଦକତ, ସୂର୍ଯ୍ୟକୁମାର ଯାଦବ, ୱାସିଙ୍ଗଟନ ସୁନ୍ଦର, ସୌରଭ କୁମାର, ସାଇ କିଶୋର, ରାହୁଲ ଚହର ।

ଅଷ୍ଟ୍ରେଲିଆ ସ୍କ୍ବାଡ - ପେଟ କମିନ୍ସ (ଅଧିନାୟକ), ଏସ୍ଟନ ଏଗର, ସ୍କୋଟ ବୋଲେଣ୍ଡ, ଏଲେକ୍ସ କେରୀ, କେମରନ ଗ୍ରୀନ, ପିଟର ହେଣ୍ଡସକମ୍ବ, ଜୋଶ ହେଜେଲଉଡ, ତ୍ରାବିଶ ହେଡ, ଉସମାନ ଖ୍ବାଜା, ମାରନସ ଲବସଚଗନେ, ନାଥନ ଲିୟୋନ, ଲାଂସ ମୋରିସ, ଟୋଡ ମର୍ଫି, ମାଥ୍ୟୁ ରେନସୋ, ଷ୍ଟିଭ୍‌ ସ୍ମଥ୍‌, ମିଶେଲ୍‌ ସ୍ଟାର୍କ୍‌, ମିଶେଲ ସ୍ବେପସନ୍‌ ଏବଂ ଡେଭିଡ୍‌ ୱାର୍ଣ୍ଣର ।

ABOUT THE AUTHOR

...view details