ଓଡିଶା

odisha

ETV Bharat / sports

Centurion Test Day 4: ବିଜୟଠୁ ୬ ୱିକେଟ ଦୂରରେ ଭାରତ - ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ମଜଭୁତ ସ୍ଥିତିରେ ଭାରତ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ ଖେଳ ଶେଷ ହୋଇଛି । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଇନିଂସରେ ୪ ୱିକେଟ ହରାଇ ୯୪ ରନ୍‌ ସଂଗ୍ରହ କରିଛି । ଅଧିକ ପଢ଼ନ୍ତୁ

Centurion Test Day 4: ବିଜୟଠୁ ୬ ୱିକେଟ ଦୂରରେ ଭାରତ
Centurion Test Day 4: ବିଜୟଠୁ ୬ ୱିକେଟ ଦୂରରେ ଭାରତ

By

Published : Dec 29, 2021, 10:20 PM IST

ସେଞ୍ଚୁରିଆନ:ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ ଖେଳ ଶେଷ ହୋଇଛି । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଇନିଂସରେ ୪ ୱିକେଟ ହରାଇ ୯୪ ରନ୍‌ ସଂଗ୍ରହ କରିଛି । ଦ୍ବିତୀୟ ଇନିଂସରେ ଭାରତ ୧୭୪ ରନ୍‌ରେ ଅଲଆଉଟ ହେବାପରେ ୩୦୫ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଛି ଦକ୍ଷିଣ ଆଫ୍ରିକା ।

ଦ୍ବିତୀୟ ଇନିଂସରେ ଭାରତ ପକ୍ଷରୁ କେବଳ ଋଷଭ ପନ୍ତ ହିଁ ୩୪ ରନ୍‌ କରିବାକୁ ସକ୍ଷମ ହୋଇ ପାରିଥିଲେ । ଆଉ କୌଣସି ଭାରତୀୟ ବ୍ୟାଟର ପିଚ୍‌ରେ ଅଧିକ ସମୟ ବିତାଇ ପାରିନଥିଲେ । ଭାରତ ମାତ୍ର ୧୭୪ କରିବାକୁ ହିଁ ସକ୍ଷମ ହୋଇ ପାରିଥିଲା । ପ୍ରଥମ ଇନିଂସର ୧୩୦ ରନ୍‌ ଲିଡ୍‌ ନେଇ ଭାରତ ଦକ୍ଷିଣ ଆଫ୍ରିକାକୁ ୩୦୫ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା ।

ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ଦ୍ବିତୀୟ ଇନିଂସ ଆରମ୍ଭରୁ ହିଁ ପ୍ରଥମ ୱିକେଟ ହରାଇଥିଲା । ଏହାପରେ ଅଧିନାୟକ ଡିନ୍‌ ଏଲ୍‌ଗାର ଓ କେଭିନ ପିଟରସନଙ୍କ ମଧ୍ୟରେ ୩୦ ରନ୍‌ର ଭାଗୀଦାରୀ ଦେଖିବାକୁ ମିଳିଥିଲା । ଏଲଗାର ଧୈର୍ଯ୍ୟର ସହ ଖେଳି ଅର୍ଦ୍ଧ ଶତକ ହାସଲ କରିଛନ୍ତି । ପିଟରସନ୍‌ଙ୍କୁ ଆଉଟ କରିଥିଲେ ସିରାଜ । ଏହାପରେ ଡୁସେନ ଓ ଏଲଗାରଙ୍କ ମଧ୍ୟରେ ୪୦ ରନ୍‌ର ଭାଗୀଦାରୀ ଦେଖିବାକୁ ମିଳିଥିଲା । ଏହାପର ଡୁସେନଙ୍କୁ ପାଭେଲିୟନକୁ ପଠାଇଥିଲେ ବୁମରା ।

ନାଇଟ ୱାଚମ୍ୟାନ ଭାବରେ ପିଚ୍‌କୁ ଓହ୍ଲାଇଥିଲେ କେଶବ ମହାରାଜ । ତେବେ ଶେଷ ବେଳକୁ ତାଙ୍କୁ ମଧ୍ୟ ବୋଲ୍ଡ କରିଥିଲେ ବୁମରା । ବର୍ତ୍ତମାନ ଭାରତ ମ୍ୟାଚ୍‌ରେ ମଜଭୁତ ସ୍ଥିତିରେ ରହିଛି । ବିଜୟ ପାଇଁ ଭାରତକୁ ଆଉ ୬ ୱିକେଟ ଆବଶ୍ୟକ । ସେପଟେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ଆଉ ୨୧୧ ରନ୍‌ ଆବଶ୍ୟକ । ଯାହା ପଞ୍ଚମ ଦିନରେ କଷ୍ଟକର ମନେ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details