ଓଡିଶା

odisha

ETV Bharat / sports

Centurion Test: ଟିମ ଇଣ୍ଡିଆକୁ ବଡ ଝଟ୍‌କା, ଜଶପ୍ରୀତ ବୁମରା ଆହତ - ଜଶପ୍ରୀତ ବୁମରା ଆହତ ନ୍ୟୁଜ

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆକୁ ବଡ ଝଟ୍‌କା । ଟିମର ଷ୍ଟାର୍‌ ବୋଲର ଜଶପ୍ରୀତ ବୁମରା ବୋଲିଂ କରୁଥିବା ସମୟରେ ଆହତ । ଅଧିକ ପଢନ୍ତୁ

big blow for team india as BCCI confirm Jasprit Bumrah injured
Centurion Test: ଟିମ ଇଣ୍ଡିଆକୁ ବଡ ଝଟ୍‌କା, ଜଶପ୍ରୀତ ବୁମରା ଆହତ

By

Published : Dec 28, 2021, 5:39 PM IST

Updated : Dec 28, 2021, 6:23 PM IST

ସେଞ୍ଚୁରିଆନ:ସ୍ଥାନୀୟ ସୁପର ସ୍ପୋର୍ଟ ପାର୍କରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆକୁ ବଡ ଝଟ୍‌କା । ଟିମର ଷ୍ଟାର୍‌ ବୋଲର ଯଶପ୍ରୀତ ବୁମରା ବୋଲିଂ କରୁଥିବା ସମୟରେ ଆହତ ହୋଇଛନ୍ତି । ବୁମରାଙ୍କ ଡାହାଣ ଗୋଡ୍‌ରେ ଆଘାତ ଲାଗିଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: Centurion Test: 327 ରନ୍‌ରେ ଭାରତର ପ୍ରଥମ ଇଂନିସ ଶେଷ

ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଟ୍ବିଟ୍‌ ଯୋଗେ ସ୍ପଷ୍ଟ କରିଛି । ମେଡିକାଲ ଟିମ ବୁମରାଙ୍କ ଆହତ ନେଇ ନୀରିକ୍ଷଣ କରୁଥିବାବେଳେ ଶ୍ରେୟସ ଆୟର ତାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ଫିଲ୍ଡିଂ କରୁଛନ୍ତି ।

ଦକ୍ଷିଣ ଆଫ୍ରିକା ଇଂନିସର ଏକାଦଶତମ ଓଭରରେ ବୁମରା ଗୋଡରେ ଯନ୍ତ୍ରଣା ଅନୁଭବ କରିବା ପରେ ପଡିଆ ଛାଡିଥିଲେ ।

ପୂର୍ବରୁ ଭାରତୀୟ ଟିମ ପ୍ରଥମ ଇଂନିସରେ ୩୨୭ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଲୁଙ୍ଗି ନିଙ୍ଗିଡି ଘରୋଇ ଟିମ ପକ୍ଷରୁ ସର୍ବାଧିକ ୬ଟି ୱିକେଟ ହାତେଇଥିଲେ । ଭ୍ରମଣକାରୀ ଟିମ ପାଇଁ କେଏଲ ରାହୁଲ ୧୨୩ ରନ୍‌ର ଇଂନିସ ଖେଳିବା ସହ ସର୍ବାଧିକ ରନ୍‌ ସଂଗ୍ରହକାରୀ ଖେଳାଳି ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 28, 2021, 6:23 PM IST

ABOUT THE AUTHOR

...view details