ଓଡିଶା

odisha

ETV Bharat / sports

ICC ODI World Cup 2023: ଷ୍ଟାର ଖେଳାଳି ଆହତ, ୪ନମ୍ବର ସ୍ପଟ୍ ପାଇଁ ଚିନ୍ତାରେ ଅଧିନାୟକ - ୪ ନମ୍ବରକୁ ନେଇ ଚିନ୍ତାରେ ଅଧିନାୟକ

ଦିନିକିଆ ବିଶ୍ବକପ୍‌ ୨୦୨୩ ପାଖେଇ ଆସୁଥିବାବେଳେ ୪ ନମ୍ବର ସ୍ଥାନକୁ ନେଇ ଚିନ୍ତାରେ ଅଧିନାୟକ ରୋହିତ ସର୍ମା । କହିଲେ ଯୁବରାଜ ସିଂହଙ୍କ ପରେ ୪ ନମ୍ବର ସ୍ଥାନ ପାଇଁ ମିଳୁନାହାନ୍ତି ଯୋଗ୍ୟ ଖେଳାଳି । ଅଧିକ ପଢ଼ନ୍ତୁ

୪ ନମ୍ବର ସ୍ଥାନକୁ ନେଇ ଚିନ୍ତାରେ ଅଧିନାୟକ
୪ ନମ୍ବର ସ୍ଥାନକୁ ନେଇ ଚିନ୍ତାରେ ଅଧିନାୟକ

By

Published : Aug 11, 2023, 5:00 PM IST

ମୁମ୍ବାଇ: ପାଖେଇ ଆସିଲାଣି ଦିନିକିଆ ବିଶ୍ବକପ୍‌ ୨୦୨୩ । ହେଲେ ଏବେ ପର୍ଯ୍ୟନ୍ତ ବ୍ୟାଟିଂ କ୍ରମ ସଜାଡ଼ିବାରେ ସଫଳ ହୋଇପାରିନାହାନ୍ତି ଚୟନକର୍ତ୍ତା । ଅଧିନାୟକ ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରିବାକୁ ଅନେକ ଯୁବତାରକା ପ୍ରସ୍ତୁତ ଅଛନ୍ତି । ୩ ନମ୍ବରରେ ବିରାଟ କୋହଲିଙ୍କ ବ୍ୟତୀତ ଅନ୍ୟ କାହାକୁ ପରୀକ୍ଷା କରିବା ମୁର୍ଖାମୀ ହେବ । ହେଲେ ୪ ନମ୍ବର ସ୍ଥାନକୁ ନେଇ ଏବେ ମଧ୍ୟ ଚିନ୍ତାରେ ଟିମ୍‌ ଇଣ୍ଡିଆ । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଏଭଳି ଚିନ୍ତାରଖୁଲାସା କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା ।

'ଯୁବରାଜ ସିଂହଙ୍କ ପରେ ମିଳୁନାହାନ୍ତି ଯୋଗ୍ୟ ଖେଳାଳି': ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରୋହିତ କହିଛନ୍ତି, " ଯୁବରାଜ ସିଂହଙ୍କ ଅବସର ପରଠାରୁ ୪ ନମ୍ବର ସ୍ଥାନରେ ସେହିଭଳି ଯୋଗ୍ୟ ଖେଳାଳି ଏବେ ପର୍ଯ୍ୟନ୍ତ ମିଳିନାହାନ୍ତି । ଏହି ସ୍ଥାନ ପାଇଁ ଅନେକ ପରୀକ୍ଷା କରାଯାଇଛି, ହେଲେ କେହି ଆଶାନୁରୂପ ଫଳାଫଳ ଦେଇପାରିନାହାନ୍ତି ।" ଗତ ୨୦୧୯ ବିଶ୍ବକପ୍‌ରେ ମଧ୍ୟ ଦଳ ସମାନ ସମସ୍ୟା ଭିତରେ ଗତି କରିଥିଲା । ମଧ୍ୟକ୍ରମ ବ୍ୟାଟରଙ୍କ ଦୁର୍ବଳ ପ୍ରଦର୍ଶନ ଦଳକୁ ସେମିଫାଇନାଲରୁ ଆଗକୁ ବଢ଼ିବାକୁ ଦେଇନଥିଲା । ଏହାରି ଭତରେ ଆସନ୍ତା ଦିନିକିଆ ବିଶ୍ବକପ୍‌କୁ ଆଉ ଦୁଇ ମାସରୁ କମ୍‌ ସମୟ ରହିଥିବା ବେଳେ ଯୋଗ୍ୟ ଖେଳାଳିଙ୍କୁ ଖୋଜିବା ପାଇଁ ଏସିଆ କପ୍‌ ହିଁ ଶେଷ ସୁଯୋଗ ବୋଲି ରୋହିତ ସ୍ବୀକାର କରିଛନ୍ତି । ଏସିଆ କପ୍‌ ୨୦୨୩ ଚଳିତ ମାସ ୩୦ ତାରିଖରୁ ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜିତ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ICC ODI Rankings: ବ୍ୟାଟିଂରେ ପଞ୍ଚମ ସ୍ଥାନକୁ ଉଠିଲେ ଗିଲ, ବୋଲିଂରେ 10ମ ସ୍ଥାନରେ ସାର୍ଦୁଲ ଠାକୁର

'ପ୍ରମୁଖ ଖେଳାଳି ଆହତ ହେବା ଚିନ୍ତାରେ ପକାଇଛି': ଦିନିକିଆରେ ୪ ନମ୍ବର ସ୍ଥାନ ପାଇଁ ଅନେକ ଖେଳାଳିଙ୍କୁ ପରୀକ୍ଷା କରାଯାଇଛି । ଆଉ ଏହି ନମ୍ବର ପାଇଁ ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟର ସବୁଠୁ ସଫଳ ରହିଥିଲେ । ସେ ୪ ନମ୍ବର ସ୍ଥାନରେ ଭାରତ ପାଇଁ ୨୦ଟି ମ୍ୟାଚ୍‌ ଖେଳିଥିବାବେଳେ ୪୭.୩୫ ହାରରେ ୮୦୫ ରନ୍‌ ସଂଗ୍ରହ କରିପାରିଥିଲେ । ଏଥିରେ ସେ ୨ଟି ଶତକ ଓ ୫ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି । କିନ୍ତୁ ସେ ଏବେ ଆହତ ସମସ୍ୟା ଭିତରେ ଗତି କରୁଛନ୍ତି । ବିଶ୍ବକପ୍‌ ପୂର୍ବରୁ ତାଙ୍କର ଦଳକୁ ଫେରିବା ଆଶା କ୍ଷୀଣ । ଏଥିପାଇଁ ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ନେଇ ପରୀକ୍ଷା କରାଯାଇଥିଲା । ହେଲେ ସେଭଳି ସଫଳତା କାହାରିକୁ ମିଳିନାହିଁ । ଏକ କାର୍ଯ୍ୟକ୍ରମରେ ରୋହିତ ଶର୍ମା କହିଛନ୍ତି, "ଭାରତୀୟ ଦଳର କିଛି ପ୍ରମୁଖ ଖେଳାଳି ଆହତ ହେବାକୁ ନେଇ ଆମେ ଚିନ୍ତିତ । ବାସ୍ତବରେ ଏଥିରେ ଦଳର ଅନେକ କ୍ଷତି ଘଟୁଛି । ଗତ ୪ରୁ ୫ ବର୍ଷ ମଧ୍ୟରେ ଅଧିକ ସଂଖ୍ୟାରେ ଖେଳାଳିମାନେ ଆହତ ହୋଇଛନ୍ତି । ହେଲେ ଆହତରୁ ଫେରିବା ବେଳକୁ ସେମାନେ ଆବଶ୍ୟକ ଅଭ୍ୟାସ କରିପାରିନଥାନ୍ତି କିମ୍ବା ସେମାନଙ୍କ ଲୟ ହରାଇ ସାରିଥାନ୍ତି ।"

'ଏସିଆ କପ୍‌ ଶେଷ ସୁଯୋଗ': କେଏଲ୍‌ ରାହୁଲ ୫ ନମ୍ବର ପାଇଁ କେଏଲ୍‌ ରାହୁଲଙ୍କୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ଅଧିନାୟକ ରୋହିତ ଶର୍ମା । ସେ କହିଛନ୍ତି, "ରାହୁଲ ୫ ନମ୍ବର ସ୍ଥାନରେ ୱିକେଟ୍‌କିପର-ବ୍ୟାଟର ଭାବେ ଖେଳିବାକୁ ଅଧିକ ଯୋଗ୍ୟ ଥିଲେ । ହେଲେ ସେ ମଧ୍ୟ ଆହତ ହେବାରୁ ଦଳ ସଙ୍କଟରେ ପଡ଼ିଛି । ତେଣୁ ପ୍ରତ୍ୟେକ ସ୍ଥାନରେ ଯୁବ ଖେଳାଳିଙ୍କୁ ଯୋଗ୍ୟ ପ୍ରମାଣିତ କରିବା ପାଇଁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳା ବହୁତ ଗୁରୁତ୍ବପୂର୍ଣ୍ଣ ଥିଲା । ଏହାଛଡ଼ା ଏସିଆ କପ୍‌ରେ ମଧ୍ୟ ଉପଯୁକ୍ତ ଖେଳାଳିଙ୍କୁ ବାଛିବା ପାଇଁ ଆମ ପାଖରେ ଆଉ ଏକ ଶେଷ ସୁଯୋଗ ରହିଛି । କିଛିଦିନ ପରେ ଚୟନ ସମିତି ବୈଠକ ବସିବ । ଯେଉଁମାନେ ଯେଉଁ ସ୍ଥାନରେ ଖେଳିବାକୁ ଯୋଗ୍ୟ, ସେମାନଙ୍କୁ ଦଳରେ ନିଆଯିବ । ଏହାଛଡ଼ା ଯୁବ ଖେଳାଳିଙ୍କୁ ନେଇ ଆମ ମନରେ ଅନେକ ପ୍ରଶ୍ନ ଓ ଦ୍ବନ୍ଦ୍ବ ରହିଛି ।" ସେସବୁ ଏସିଆ କପ୍‌ରେ ସମାଧାନ ହୋଇଯିବ ବୋଲି ରୋହିତ ଆଶାବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details