ଓଡିଶା

odisha

ETV Bharat / sports

India vs South Africa: ଦ୍ବିତୀୟ ଟେଷ୍ଟରୁ ବାଦ୍‌ପଡିଲେ କୋହଲି - ବିରାଟ କୋହଲି ଆହତ ନ୍ୟୁଜ

ଭାରତୀୟ କ୍ୟାପଟେନ ବିରାଟ କୋହଲି ସୋମବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡିଛନ୍ତି । ମ୍ୟାଚ୍‌ ଆରମ୍ଭର କିଛି ସମୟ ପୂର୍ବରୁ ପିଠିରେ ଯନ୍ତ୍ରଣା( back spasm) ଅନୁଭବ କରିଥିଲେ ବିରାଟ । ଏହାପରେ ସିରିଜର ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ କୋହଲିଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ନେତୃତ୍ବ ଭାର ମିଳିଛି । ଅଧିକ ପଢନ୍ତୁ

Captain Kohli ruled out of second Test due to back spasm
India vs South Africa: ଦ୍ବିତୀୟ ଟେଷ୍ଟରୁ ବାଦ୍‌ପଡିଲେ ବିରାଟ କୋହଲି

By

Published : Jan 3, 2022, 4:06 PM IST

ଜୋହାନ୍ସବର୍ଗ:ଭାରତୀୟ କ୍ୟାପଟେନ ବିରାଟ କୋହଲି ସୋମବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡିଛନ୍ତି । ମ୍ୟାଚ୍‌ ଆରମ୍ଭର କିଛି ସମୟ ପୂର୍ବରୁ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ବିରାଟ । ଏହାପରେ ସିରିଜର ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ କୋହଲିଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ନେତୃତ୍ବ ଭାର ମିଳିଛି ।

ଟସ୍‌ ସମୟରେ ରାହୁଲ କହିଛନ୍ତି, "ଦୁଭାର୍ଗ୍ୟପୂର୍ଣ୍ଣ ଭାବେ କୋହଲି ପିଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ଫିଜିଓ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି ଓ ଜାନୁଆରୀ ୧୧ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ଖେଳିବାକୁ ସେ ସୁସ୍ଥ ହୋଇଥିବେ ବୋଲି ଆଶା କରାଯାଉଛି ।" ଅଲରାଉଣ୍ଡର ହନୁମା ବିହାରୀଙ୍କୁ କୋହଲିଙ୍କ ସ୍ଥାନରେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି ।

ଏହାମଧ୍ୟ ପଢନ୍ତୁ: India vs South Africa: ଦ୍ବିତୀୟ ଟେଷ୍ଟ ଆରମ୍ଭ, କେଏଲ ରାହୁଲ କ୍ୟାପଟେନ

ଜୋହାନ୍ସବର୍ଗ ଟେଷ୍ଟରୁ ବାଦ୍‌ ପଡିବା ପରେ କେପଟାଉନରେ ଖେଳାଯିବାକୁ ଥିବା ସିରିଜର ତୃତୀୟ ଟେଷ୍ଟ ବିରାଟ କୋହଲିଙ୍କ ୧୦୦ତମ ଟେଷ୍ଟ ହେବନାହିଁ । କୋହଲିଙ୍କ ପାଇଁ ସବୁକିଛି ସଠିକ୍‌ ରହିଲେ ଭାରତୀୟ ଟିମର ମ୍ୟାଚ୍‌ ସୂଚୀ ଅନୁଯାୟୀ, ଫେବ୍ରୁଆରୀରେ ଶ୍ରୀଲଙ୍କା ବିପକ୍ଷରେ ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା ଟେଷ୍ଟ କୋହଲିଙ୍କ ୧୦୦ତମ ଟେଷ୍ଟ ହେବ ।

ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ରବିବାର ପ୍ରି-ମ୍ୟାଚ୍‌ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ସମୟରେ କୋହଲିଙ୍କ ଆହତ ସମସ୍ୟା ନେଇ କୌଣସି ସୂଚନା ଦେଇନଥିଲେ । BCCI ସହିତ ହ୍ବାଇଟ୍‌ ବଲ୍‌ କ୍ୟାପଟେନ୍ସିକୁ ନେଇ କୋହଲିଙ୍କ ବିବାଦ ଚର୍ଚ୍ଚାରେ ରହିଛି ।ତେବେ ଭାରତର ଅନ୍ୟତମ ମହାନତମ ଖେଳାଳି ଦ୍ରାବିଡ, ସୁପରଷ୍ଟାର ବ୍ୟାଟ୍‌ର କୋହଲିଙ୍କୁ ସମର୍ଥନ କରିବା ସହ ତାଙ୍କର ନେତୃତ୍ବ ଶୈଳୀକୁ ପ୍ରଶଂସା କରିଥିଲେ ।

ଚଳିତ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲି ଟି-୨୦ କ୍ୟାପଟେନ୍ସି ଛାଡିବା ନେଇ ଏକ ବୟାନ ଦେଇଥିଲେ, ଯାହାକି BCCI ସଭାପତି ସୌରଭ ଗାଙ୍ଗୁଲିଙ୍କ ପୂର୍ବ ବୟାନ ସହ ମେଳ ଖାଇନଥିଲା । ଏହି ବିବାଦ ଏକ ନୂଆ ମୋଡ ନେଇଥିଲା ଯେତେବେଳେ ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ODI ସ୍କ୍ବାଡ୍‌ ଘୋଷଣା ଦିନ ସାମ୍ବାଦିକ ସମ୍ମିଳନୀରେ BCCI ସଭାପତିଙ୍କ ପକ୍ଷ ନେଇଥିଲେ । ଅତିକମରେ ଟି-୨୦ ବିଶ୍ବକପ ପର୍ଯ୍ୟନ୍ତ ଟି-୨୦ କ୍ୟାପଟେନ୍ସି ଛାଡିବା ନିଷ୍ପତ୍ତି ଘୋଷଣାକୁ ଘୁଞ୍ଚାଇବାକୁ କୋହଲିଙ୍କୁ ସମସ୍ତେ ଅନୁରୋଧ କରିଥିବା ଚେତନ ଶର୍ମା କହିଥିଲେ ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କୋହଲିଙ୍କ ସେହି ସାମ୍ବାଦିକ ସମ୍ମିଳନୀ ଯେଉଁଥିରେ ଗାଙ୍ଗୁଲିଙ୍କ ବୟାନ ଠାରୁ ଭିନ୍ନମତ ରଖିଥିଲେ, ସେବେଠାରୁ ଗଣମାଧ୍ୟମ ସାମ୍ନାକୁ ଆସିନାହାନ୍ତି । ରବିବାର ଦ୍ରାବିଡ କହିଥିଲେ ଯେ, ୧୦୦ତମ ଟେଷ୍ଟରେ କୋହଲି ନିଜକୁ ସମସ୍ତ ପ୍ରଶ୍ନ ପାଇଁ ଉପଲବ୍ଧ ରଖିଛନ୍ତି ।

PTI

ABOUT THE AUTHOR

...view details