ଓଡିଶା

odisha

ETV Bharat / sports

ଆଇପିଏଲରେ ଭଲ ପ୍ରର୍ଦଶନ ନକରି ଟ୍ରୋଲ ହେଲେ ଧୋନି - ଟ୍ରୋଲ ହେଲେ ଧୋନୀ

ଚଳିତ ଆଇପିଏଲରେ ଧୋନୀଙ୍କ ପ୍ରର୍ଦଶନ ଏତେ ଭଲ ନ ଥିବାରୁ ତାଙ୍କୁ ଟ୍ରୋଲ ହେବାକୁ ପଢିଛି । ଅଧିକ ପଢନ୍ତୁ...

ଧୋନୀ
ଧୋନୀ

By

Published : Apr 20, 2021, 2:33 PM IST

ମୁମ୍ବାଇ: ଚଳିତ ଆଇପିଏଲରେ ଦ୍ବାଦଶ ସଂସ୍କରଣରେ 45 ରନରେ ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ । ମ୍ୟାଚରେ ଧୋନୀଙ୍କ ପ୍ରର୍ଦଶନ ଏତେ ଭଲ ନ ଥିବାରୁ ତାଙ୍କୁ ମ୍ୟାଚ ପାଇଁ ଅନଫିଟ ବୋଲି କିଛି ଲୋକ କହିଛନ୍ତି । ଏହାର ଜବାବରେ ଧୋନି କହିଛନ୍ତି ମ୍ୟାଚରେ ପ୍ରର୍ଦଶନକୁ ଗ୍ୟାରେଣ୍ଟି ଦିଆଯାଇ ନ ପାରେ ମାତ୍ର ଫିଟନେସକୁ ଦିଆଯାଇପାରେ । ମୁଁ ଦଳର ଯୁବଖେଳାଳିଙ୍କ ସହିତ ନିଜକୁ ଫିଟ ରଖିଛି ।

ଧୋନୀ ଆଇପିଏଲର ପ୍ରଥମ ମ୍ୟାଚରେ ଭଲ ପ୍ରର୍ଦଶନ କରି ନଥିଲେ । ସୋମବାର ରାଜସ୍ଥାନ ବିପକ୍ଷ ମ୍ୟାଚରେ 17 ବଲରେ 18 ରନ ସଂଗ୍ରହ କରିଥିଲେ । ସେ କିଛି ବିଶାଳ ସ୍କୋର କରିପାରି ନାହାନ୍ତି । ତେଣୁ ଧୋନୀଙ୍କ ଟ୍ରୋଲର ଶିକାର ହୋବାକୁ ପଡିଛି ।

ଏହାର ଜବାବରେ ଧୋନି କହିଛନ୍ତି ତୁମେ ଯେତେବେଳେ ଖେଳୁଛ ତୁମେ କେବେ ଚାହିଁବନି ଯେ ତୁମକୁ କେହି ଅନଫିଟ କହୁ ବୋଲି । ଖେଳରେ ସବୁବେଳେ ଯେ ଭଲ ପ୍ରର୍ଦଶନ କରାଯାଇ ପାରିବ ତାହାର ଗ୍ୟାରେଣ୍ଟି ଦିଆଯାଇ ପାରିବ ନାହିଁ । ଯଦି କିଛି ଲୋକ ମୋ ଫିଟନେସକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ତେବେ ମୁଁ ତାହାକୁ ସ୍ବୀକାର କରୁଛି । ମୁଁ ଯୁବ ଖେଳାଳିଙ୍କ ସହିତ ନିଜକୁ ଫିଟ ରଖିଛି । ସେମାନ ବହୁତ ଦ୍ରୁତ । ସେମାନଙ୍କୁ ଚ୍ୟାଲେଞ୍ଜ ଦେବା ମୋ ପାଇଁ ଭଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details