ହାଇଦ୍ରାବାଦ:ପାଟ୍ କୁମିନ୍ସଙ୍କ ପରେ ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ ଲି ମଙ୍ଗଳବାର ମହାମାରୀ କୋରୋନା ବିରୁଦ୍ଧରେ ଲଢେଇ ପାଇଁ ଭାରତକୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ।
ଭାରତରେ ଥିବା ହସ୍ପିଟାଲ ଗୁଡିକରେ ଅକ୍ସିଜେନ କିଣିବାକୁ କ୍ରିପ୍ଟୋ ରିଲିଫକୁ 1 ବିଟ୍ କଏନ ଦାନ କରିଛନ୍ତି ଲି ।
ବ୍ରେଟ୍ ଲି କହିଛନ୍ତି, "ଭାରତ ମୋ ପାଇଁ ସର୍ବଦା ଦ୍ବିତୀୟ ଘର ପରି । ନିଜ ପେଷାଦାର କ୍ରିକେଟ କ୍ୟାରିୟର ସମୟରେ ଓ ଅବସର ପରେ ମଧ୍ୟ ଭାରତୀୟ ଲୋକଙ୍କଠାରୁ ମିଳିଥିବା ସ୍ନେହ ଓ ଭଲପାଇବା ହୃଦୟରେ ସ୍ବତନ୍ତ୍ର ସ୍ଥାନରେ ରହିଛି । ମହାମାରୀରେ ଲୋକମାନେ ସଂକ୍ରମିତ ହୋଇ ପ୍ରାଣ ହରାଉଥିବା ଦେଖି ଗଭୀର ଭାବେ ମର୍ମାହତ । ଏହା ପ୍ରକୃତ ସମୟ ଭଲପାଇବାର ଋଣ ଶୁଝିବାର । ସେଥିପାଇଁ ଭାରତରେ ଥିବା ହସ୍ପିଟାଲରେ ଅକ୍ସିଜେନ ବିତରଣ ପାଇଁ 1 ବିଟ କଏନ ଦାନ କରିଛି ।"