ଓଡିଶା

odisha

ETV Bharat / sports

35 ବର୍ଷ ପରେ ଟେଷ୍ଟର ମଙ୍ଗ ଧରିଲେ ବୋଲର - 3୫ ବର୍ଷ ପରେ ଟେଷ୍ଟର ମଙ୍ଗ ଧରିଲେ ବୋଲର

ଶୁକ୍ରବାରଠୁ ଆରମ୍ଭ ହୋଇଛି ଘରୋଇ ଇଂଲଣ୍ଡ ଓ ଭାରତ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚ । ଏଥିରେ ଭାରତ ୨-୧ ରେ ଇଂଲଣ୍ଡଠୁ ଆଗୁଆ ରହିଛି । ଏହାର ପଞ୍ଚମ ଟେଷ୍ଟ ଶୁକ୍ରବାର ଖେଳାଯାଇଛି । BCCI ରୋହିତଙ୍କ ସ୍ଥାନରେ ଫାଷ୍ଟ ବୋଲର ଜଶପ୍ରିତ ବୁମରାଙ୍କୁ ଅଧିନାୟକ ଭାବରେ ଦାୟିତ୍ବ ନ୍ୟସ୍ତ କରିଛି । ଅଧିକ ପଢନ୍ତୁ

3୫ ବର୍ଷ ପରେ ଟେଷ୍ଟର ମଙ୍ଗ ଧରିଲେ ବୋଲର
3୫ ବର୍ଷ ପରେ ଟେଷ୍ଟର ମଙ୍ଗ ଧରିଲେ ବୋଲର

By

Published : Jul 2, 2022, 9:30 AM IST

ହାଇଦ୍ରାବାଦ: ଶୁକବାରଠୁ ଆରମ୍ଭ ହୋଇଛି ଘରୋଇ ଇଂଲଣ୍ଡ ଓ ଭାରତ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚ । ଏହି ମ୍ୟାଚ ବୋର୍ମିହୋମ ଏଜବେଷ୍ଟନରେ ଖେଳାଯାଉଛି । ଗତ ବର୍ଷ ଏହି ମ୍ୟାଚର ପାଞ୍ଚଟି ଇନିଂସରୁ ଚାରୋଟି ଇନିଂସ ଖେଳାଯାଇଥିଲା । ଏଥିରେ ଭାରତ ୨-୧ ରେ ଇଂଲଣ୍ଡଠୁ ଆଗୁଆ ରହିଛି । ଏହାର ପଞ୍ଚମ ଟେଷ୍ଟ ଶୁକ୍ରବାର ଖେଳାଯାଇଛି । ଏହି ମ୍ୟାଚରେ ନିୟମିତ ଅଧିନାୟକ ରୋହିତ ଶର୍ମା ତାଙ୍କର କୋରୋନା ସଂକ୍ରମିତ ଯୋଗୁ ବାଦ ପଡିଛନ୍ତି । ତେବେ BCCI ରୋହିତଙ୍କ ସ୍ଥାନରେ ଫାଷ୍ଟ ବୋଲର ଜଶପ୍ରିତ ବୁମରାଙ୍କୁ ଅଧିନାୟକ ଭାବରେ ଦାୟିତ୍ବ ନ୍ୟସ୍ତ କରିଛି । ୧୯୮୭ ମସିହା ଅର୍ଥାତ ୩୫ ବର୍ଷ ପରେ ଟେଷ୍ଟରେ ୩୬ତମ ଅଧିନାୟକ ଭାବରେ ଦ୍ରୁତ ବୋଲର ଜଶପ୍ରିତ ବୁମରା ଅଧିନାୟକ ପଦ ଗ୍ରହଣ କରିଛନ୍ତି ।

୧୯୮୭ ମସିହା ପରେ କପିଲ ଦେବ ଅଧିନାୟକ ପଦ ଛାଡିବା ପରେ ଭାରତୀୟ ଟେଷ୍ଟ ଦଳର ନେତୃତ୍ବ ନେବାରେ ବୁମରା ଦ୍ବିତୀୟ ଫାଷ୍ଟ ବୋଲର ହେବେ । ଏହା ସହିତ ବୁମରା ଭାରତୀୟ ଦଳ ପାଇଁ ପ୍ରଥମ ଥର ଅଧିନାୟକ ଦାୟିତ୍ବ ତୁଲାଇବେ । ତେଣୁ ତାଙ୍କ ପାଇଁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ କଠିନ ଆହ୍ବାନ ହୋଇପାରେ । ଫାଷ୍ଟ ବୋଲର ଜଶପ୍ରିତ ବୁମରା ଆଗରୁ କେବେ ଅଧିନାୟକ ପଦ ତୁଲାଇ ନାହାନ୍ତି । କି ସେ ଆଇପିଏଲର କୌଣସି ମ୍ୟାଚରେ ଅଧିନାୟକ ଭାର ଗ୍ରହଣ କରି ନାହାନ୍ତି । ଇଂଲଣ୍ଡ ବିପକ୍ଷ ଗତ ଚାରୋଟି ଇନିଂସରେ ବୁମରା ୭ଟି ୱିକେଟ ନେଇଥିଲେ । ବୁମରା ୨୯ଟି ଟେଷ୍ଟ ମ୍ୟାଚ ଖେଳି ୧୨୩ଟି ୱିକେଟ ନେଇଛନ୍ତି । ସେହିପରି ଉପଅଧିନାୟକ ଭାବରେ ଦାୟିତ୍ବ ତୁଲାଇବେ ୱିକେଟ କିପର ଋଷଭ ପନ୍ତ । ଏହି ମ୍ୟାଚର ପ୍ରଶିକ୍ଷକ ଅଛନ୍ତି ରାହୁଲ ଦ୍ରାବିଡ ।

ABOUT THE AUTHOR

...view details