ଓଡିଶା

odisha

ETV Bharat / sports

ରାତି ପାହିଲେ ବର୍ଡର ଗାଭାସ୍କର ଟ୍ରଫି, ପ୍ରଥମ ଟେଷ୍ଟ ଜିତିବା ଲକ୍ଷ୍ୟରେ ଉଭୟ ଦଳ - India Australia test series

କାଲିଠୁ ଖେଳାଯିବ ଐତିହାସିକ ବର୍ଡର ଗାଭାସ୍କର ଟ୍ରଫି । ଉଭୟ ଭାରତ ଓ ଅଷ୍ଟ୍ରେଲିଆ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ । ପ୍ରଥମ ମୁକାବିଲା ଫେବୃଆରୀ ୯ ତାରିଖରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଅଧିକ ପଢନ୍ତୁ

ରୋହିତ ଶର୍ମା ଓ ପ୍ୟାଟ୍ କମିନ୍ସ
ରୋହିତ ଶର୍ମା ଓ ପ୍ୟାଟ୍ କମିନ୍ସ

By

Published : Feb 8, 2023, 5:01 PM IST

ରାତି ପାହିଲେ ବର୍ଡର ଗାଭାସ୍କର ଟ୍ରଫି, ପ୍ରଥମ ଟେଷ୍ଟ ଜିତିବା ଲକ୍ଷ୍ୟରେ ଉଭୟ ଦଳ

କଟକ: ରାତି ପାହିଲେ ଆରମ୍ଭ ହେବ ଐତିହାସିକ ବର୍ଡର ଗାଭାସ୍କର ଟ୍ରଫି । ଉଭୟ ଭାରତ ଓ ଅଷ୍ଟ୍ରେଲିଆ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ । କାରଣ ଆଗକୁ ଆସୁଛି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ । ଏହାକୁ ନଜରରେ ରଖି ଉଭୟ ଦଳ ମଧ୍ୟରେ ଏହି ଟେଷ୍ଟ ସିରିଜ ହେବ ବେଶ ରୋମାଞ୍ଚକର ହେବ । ଯଦି ଉଭୟ ଟିମ ଉପରେ ନଜର ପକାଇବା ତେବେ ଦୁଇଟି ଦଳ ସବୁ ଦିଗରେ ବେଶ ମଜଭୁତ । ବିଶେଷକରି ଭାରତ କଥା କହିଲେ ଘରୋଇ ମାଟିରେ ରୋହିତବାହିନୀକୁ ପରାଜିତ କରିବା କଙ୍ଗାରୁ ଦଳ ପାଇଁ ଏତେ ସହଜ ହେବନି । ଅନ୍ୟପଟେ ଭାରତର ବୋଲିଂ ଓ ବ୍ୟାଟିଂ ଲାଇନଅପ ବହୁତ ମଜଭୁତ ରହିଛି । କ୍ରିକେଟର 3ଟି ଫର୍ମାଟରେ ଭାରତ ବର୍ତ୍ତମାନ ବେଶ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ନଜର ଆସିଛି ।

ବର୍ଡର ଗାଭାସ୍କର ଟ୍ରଫି ନେଇ କ୍ରୀଡା ସମୀକ୍ଷକ ପବନ ଅଗ୍ରୱାଲ କହିଛନ୍ତି "ଚୂଡାନ୍ତ ଏକାଦଶ ଉପରେ ନଜର ପକାଇଲେ, ଅଷ୍ଟ୍ରେଲିଆ ଅପେକ୍ଷା ଭାରତର ବ୍ୟାଟିଂ ଟପ ଅର୍ଡର ବେଶ ମଜଭୁତ ରହିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ସ୍ପିନ ଯାଦୁଗର ଜାଡେଜା ଓ ଅଶ୍ବିନୀଙ୍କ ଏହି ସ୍କ୍ବାଡରେ ନଜର ଆସିବେ । କଙ୍ଗାରୁ ଟିମ ସ୍ପିନ ବୋଲିଂକୁ ସାମ୍ନା କରିବାରେ ସର୍ବଦା ବିଫଳ ହୋଇଥାଏ । ଅନ୍ୟପଟେ ପେସ ଆକ୍ରମଣ ଉପରେ ମଧ୍ୟ ଅଧିକ ଅନୁସନ୍ଧାନ କରୁଛି ଭାରତୀୟ ଦଳ । ଫାଷ୍ଟ ବୋଲର ମହମ୍ମଦ ସିରାଜ, ଉମେଶ ଯାଦବ, ମହମ୍ମଦ ସାମିକୁ ନେଇ ବିଭିନ୍ନ ନେଟ୍ସରେ ଝାଳ ବୁହାଇଛି ଟିମ୍‌ ଇଣ୍ଡିଆ । ତେବେ ନାଗପୁର ଟେଷ୍ଟରୁ ବାଦ ପଡିଥିବା ଆୟାରଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଟେଷ୍ଟ ପଦର୍ପଣ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଯାହା ଭାରତ ପାଇଁ ଏକ ଗୁଣାତ୍ମକ ଦିଗ ରହିବ । ଅନ୍ୟପଟେ ଅଷ୍ଟ୍ରେଲିଆର ୱାର୍ଣ୍ଣର, ଉସମାନ ଖ୍ବାଜା, ଷ୍ଟିଭ ସ୍ମିଥ, ମାନସ ଲାବୁସେନ ଭଳି ଧୁରନ୍ଧର ବ୍ୟାଟର କଙ୍ଗାରୁ ଦଳରେ ରହିଛନ୍ତି । ମ୍ୟାଚ ରୋମାଞ୍ଚକର ହେବ କିନ୍ତୁ ଘରୋଇ ମାଟିରେ ଭାରତର ପଲ୍ଲା ବେଶି ଭାରି ରହିବ ।" ବର୍ଡର ଗାଭାସ୍କର ଟ୍ରଫି ପ୍ରଥମ ମ୍ୟାଚ ଫେବୃଆରୀ ୯ ତାରିଖରେ ନାଗପୁରରେ ଖେଳାଯିବ । ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମରେ ଟିମ ଇଣ୍ଡିଆକୁ ଭେଟିବ ଅଷ୍ଟ୍ରେଲିଆ । ପ୍ରଥମ ମୁକାବିଲା ଫେବୃଆରୀ ୯ ତାରିଖରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ସେହିପରି ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ ।

ଟିମ ଇଣ୍ଡିଆ ସ୍କ୍ବାଡ୍‌- ରୋହିତ ଶର୍ମା(ଅଧିନାୟକ), ଲୋକେଶ ରାହୁଲ(ଉପଅଧିନାୟକ), ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, କେଏସ ଭରତ(ୱିକେଟ କିପର), ଇଶାନ କିଶାନ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବୀନ, ଅକ୍ଷର ପଟେଲ, କୂଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମ୍ମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନଦକତ, ସୂର୍ଯ୍ୟକୁମାର ଯାଦବ, ୱାସିଂଟନ ସୁନ୍ଦର, ସୌରଭ କୁମାର, ସାଇ କିଶୋର, ରାହୁଲ ଚହର ।

ଅଷ୍ଟ୍ରେଲିଆ ସ୍କ୍ବାଡ୍‌- ପ୍ୟାଟ୍‌ କମିନ୍ସ(ଅଧିନାୟକ), ଏସ୍ଟନ ଏଗର, ସ୍କଟ୍‌ ବୋଲେଣ୍ଡ, ଏଲେକ୍ସ କେରୀ, କ୍ୟାମେରନ ଗ୍ରୀନ, ପିଟର ହେଣ୍ଡସକମ୍ବ, ଜୋଶ ହେଜେଲଉଡ, ତ୍ରାବିଶ ହେଡ, ଉସମାନ ଖ୍ବାଜା, ମାରନସ ଲାବୁଶାନ, ନାଥନ ଲିୟୋନ, ଲାଂସ ମୋରିସ, ଟୋଡ ମର୍ଫି, ମାଥ୍ୟୁ ରେନସୋ, ଷ୍ଟିଭ୍‌ ସ୍ମଥ୍‌, ମିଚେଲ୍‌ ସ୍ଟାର୍କ୍‌, ମିଚେଲ ସ୍ବେପସନ୍‌ ଏବଂ ଡେଭିଡ୍‌ ୱାର୍ଣ୍ଣର ।

ଇଟିଭି ଭାରତ, କଟକ

ABOUT THE AUTHOR

...view details