ଓଡିଶା

odisha

ETV Bharat / sports

IND vs AUS 3rd Test: 197 ରନରେ ଅଲଆଉଟ କଙ୍ଗାରୁ ଦଳ - ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ

ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ତୃତୀୟ ଟେଷ୍ଟ ପ୍ରଥମ ଇନିଂସରେ 197ରନରେ ଅଲଆଉଟ ହୋଇଛି କଙ୍ଗାରୁ ଦଳ । ଅଧିକ ପଢନ୍ତୁ

ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ
IND vs AUS 3rd Test

By

Published : Mar 2, 2023, 12:41 PM IST

ଭୋପାଳ: ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟର ଆଜି ଦ୍ବିତୀୟ ଦିନ । ଇନ୍ଦୋରରେ ହୋଲକାର ଷ୍ଟାଡିୟମରେ ପ୍ରଥମ ଇନିଂସରେ 197ରନରେ ଆଲଆଉଟ ହୋଇଛି ଅଷ୍ଟ୍ରେଲିଆ । ଏହା ସହିତ 88ରନରେ ଆଗୁଆ ରହିଛି । ପ୍ରଥମ ଇନିଂସରେ ଭାରତ ପ୍ରଥମେ ବ୍ୟାଟିଂ କରି 109ରେ ଅଲଆଉଟ ହୋଇଥିଲା । ପ୍ରଥମ ଇନିଂସରେ ପ୍ରଥମ ଦିନରେ ଅଷ୍ଟ୍ରେଲିଆ 4 ୱିକେଟ ହରାଇ 156ରନ କରିଥିଲା । ପ୍ରଥମ ଦିନରେ ରବୀନ୍ଦ୍ର ଜାଡେଜା 4ଟି ୱିକେଟ ନେଇଥିଲେ । ଆଜି ଦ୍ବିତୀୟ ଦିନରେ ଅଷ୍ଟ୍ରେଲିଆ 197ରେ ଅଲଆଉଟ ହୋଇଛି । ଉମେଶ ଯାଦବ 3ଟି ୱିକେଟ ନେଇଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖ୍ବାଜା ସର୍ବାଧିକ 60 ରନ କରିଛନ୍ତି । ଭାରତୀୟ ସ୍ପିନରଙ୍କ ଆଗରେ ତିଷ୍ଠି ପାରି ନଥିଲେ କଙ୍ଗାରୁ ଦଳ ବ୍ୟାଟର । ପ୍ରଥମ ଇନିଂସ ଦ୍ବିତୀୟ ଦିନରେ ଦଳ ମାତ୍ର 197 ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଭାରତଠୁ 88ରନରେ ଆଗୁଆ ରହିଛି କଙ୍ଗାରୁ ଦଳ । ଭାରତ ବ୍ୟାଟିଂ ଆରମ୍ଭ କରିଛି । ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ ଜାଡେଜା, ଅଶ୍ବିନୀ ଓ ଉମେଶ । ପ୍ରଥମ ଇନିଂସରେ କଙ୍ଗାରୁ ଦଳର ବ୍ୟାଟିଂ ଲାଇନ ଅପକୁ ଶୀଘ୍ର ପାଭିଲିୟନ ଫେରାଇବାକୁ ସକ୍ଷମ ହୋଇଥିଲେ ଭାରତୀୟ ବୋଲର । ଜାଡେଜା ମୋଟ 4ଟି ୱିକେଟ ନେଇଥିବା ବେଳେ ଉମେଶ ଯାଦବ ଓ ଅଶ୍ବିନୀ 3ଟି ଲେଖାଏଁ ୱିକେଟ ନେଇଛନ୍ତି ।

ଏହା ବି ପଢନ୍ତୁ...IND vs AUS 3rd Test: ଭାରତର ବ୍ୟାଟିଂ ବିପର୍ଯ୍ୟୟ, 109ରେ ଅଲଆଉଟ ରୋହିତବାହିନୀ

ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ସ୍ପିନରଙ୍କ ଜାଲରେ ଫସି ଯାଇଥିଲା ଭାରତ । ଦଳର ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । ମାତ୍ର ଅଢେଇ ଘଣ୍ଟାରେ ଭାରତର ପାଳି ଶେଷ ହୋଇଥିଲା । ଜଣେ ହେଲେ ବି ଖେଳାଳି 30 ଛୁଇଁ ପାରି ନଥିଲେ । ପ୍ରଥମ ପାଳିରେ ଭାରତ 33.2 ଓଭରରେ 109 ରନ କରି ଆଲଆଉଟ ହୋଇଥିଲା । କୁନେମାନ 5ଟି ୱିକେଟ ନେଇଥିବା ବେଳେ ଲାୟନ ଓ ମର୍ଫି 3ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଏହାପରେ ମଇଦାନକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଦଳ 54 ଓଭରରେ 4ଟି ୱିକେଟ ହରାଇ 156 ରନ କରିଥିଲା । ଫଳରେ 6 ୱିକେଟ ହାତରେ ରଖି 47 ରନରେ ଆଗୁଆ ଥିଲା ।

ABOUT THE AUTHOR

...view details