ଓଡିଶା

odisha

ETV Bharat / sports

Border Gavaskar Trophy: ଜାଡେଜାଙ୍କ ବୋଲିଂରେ କଙ୍ଗାରୁ ଦଳ ଚିତ, ମଜବୁତ ସ୍ଥିତିରେ ଭାରତ - ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ

ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟରେ ମଜବୁତ ସ୍ଥିତିରେ ରହିଛି ଭାରତ । ଦ୍ବିତୀୟ ଟେଷ୍ଟରେ ଦ୍ବିତୀୟ ଇନିଂସରେ 113ରନ ଅଲଆଉଟ ହୋଇଛି କଙ୍ଗାରୁ ଦଳ । ଅଧିକ ପଢନ୍ତୁ

Border Gavaskar Trophy second test
Border Gavaskar Trophy

By

Published : Feb 19, 2023, 1:32 PM IST

Updated : Feb 19, 2023, 4:03 PM IST

ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଦ୍ବିତୀୟ ଟେଷ୍ଟରେ ଦ୍ବିତୀୟ ଇନିଂସରେ ଚିତ ପଟ୍ଟାଙ୍ଗ ହୋଇଛି କଙ୍ଗାରୁ ଦଳ । ସ୍ପିନରଙ୍କ ଜାଲରେ ଛନ୍ଦି ହୋଇଛି ଅଷ୍ଟ୍ରେଲିଆ । ଦ୍ବିତୀୟ ଟେଷ୍ଟରେ ଦ୍ବିତୀୟ ଇନିଂସରେ113ରନରେ ଅଷ୍ଟ୍ରେଲିଆ ଅଲ ଆଉଟ ହୋଇଛି । ଭାରତୀୟ ବୋଲରଙ୍କ ଜଲୱା ଦେଖିବାକୁ ମିଳିଛି । ରବିନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନୀଙ୍କ ବୋଲିଂରେ ଘାଇଲା ହୋଇଛନ୍ତି କଙ୍ଗାରୁ ଦଳ ବ୍ୟାଟର । ଭାରତୀୟ ଦଳକୁ 115 ରନ ବିଜୟ ଲକ୍ଷ୍ୟ ମିଳିଛି । ଜାଡେଜା 42 ରନ ଦେଇ ସର୍ବାଧିକ 7 ୱିକେଟ ନେଇଛନ୍ତି । ଅଶ୍ବିନୀ 3ଟି ୱିକେଟ ନେଇଛନ୍ତି । ଭାରତୀୟ ଦଳ ଏକ ମଜବୁତ ସ୍ଥିତିରେ ରହିଛି । ଦ୍ବିତୀୟ ପାଳିରେ ଅଷ୍ଟ୍ରେଲିଆ ମାତ୍ର 28ରନରେ 8 ୱିକେଟ ହରାଇଥିଲା ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମ ଇନିଂସରେ 263 ରନରେ ଅଲଆଉଟ ହୋଇଥିଲା । ଏହାପରେ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆ 262ରେ ରନରେ ଅଲଆଉଟ ହୋଇଯାଇଥିଲା । ଅଷ୍ଟ୍ରେଲିଆ ବୋଲର ନାଥନ ଲାୟନଙ୍କ ସ୍ପିନ ଆଗରେ ତିଷ୍ଠି ପାରି ନଥିଲା ଭାରତ । ଅକ୍ଷର ପଟେଲ ଶେଷ ଯାଏ ଲଢିଥିଲେ ହେଲେ ଭାରତ ଲକ୍ଷ୍ୟ ହାସଲ କରି ପାରନଥିଲା । ଦ୍ବିତୀୟ ଇନିଂସରେ ବ୍ୟାଟିଂ ଆରମ୍ଭ କରିଥିଲା କଙ୍ଗାରୁ ଦଳ । ଭାରତୀୟ ସ୍ପିନରଙ୍କ ଆଗରେ ଘାଇଲା ହୋଇଯାଇଥିଲା । ରବିଚନ୍ଦ୍ରନ ଅଶ୍ବିନୀ ଏବଂ ଜାଡେଜାଙ୍କ ବୋଲିଂରେ ଫସି ଯାଇଥିଲେ ଅଷ୍ଟ୍ରେଲିଆ ବ୍ୟାଟର । ମାତ୍ର 113ରନରେ ଅଷ୍ଟ୍ରେଲିଆ ଅଲ ଆଉଟ ହୋଇଛି । ଦ୍ବିତୀୟ ଇନିଂସରେ ଜାଡେଜା 7ଟି ୱିକେଟ ନେଇଥିବା ବେଳେ ଅଶ୍ବିନୀ 3ଟି ୱିକେଟ ନେଇଛନ୍ତି । ଭାରତକୁ ଜିତିବା ପାଇଁ 101ରନର ଆବଶ୍ୟକ ରହିଛି ।

ଏହା ବି ପଢନ୍ତୁ...BGT 2nd Test Day 2: ଭାରତ ୨୬୨ରେ ଅଲଆଉଟ, ୬୧ରନରେ ଆଗୁଆ ଅଷ୍ଟ୍ରେଲିଆ

115 ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଛି ଟିମ ଇଣ୍ଡିଆ । ଓପନର କେଏଲ ରାହୁଲ ମାତ୍ର 1 ରନ କରି ଆଉଟ ହୋଇଛନ୍ତି । ଅଧିନାୟକ ରୋହିତ ଶର୍ମା ଓ ଚେତେଶ୍ବର ପୂଜାରା କ୍ରିଜରେ ଉପସ୍ଥିତ ଅଛନ୍ତି । ପ୍ରଥମ ଇନିଂସରେ ୨୬୩ ରନ କରି ସମସ୍ତ ୱିକେଟ ହରାଇଥିଲା କଙ୍ଗାରୁ ଦଳ । ଏହାପରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ରୋହିତ ବାହିନୀ । ଅଧିନାୟକ ରୋହିତ ଶର୍ମା ଓ ଉପ ଅଧିନାୟକ ଲୋକେଶ ରାହୁଲ ପ୍ରଥମ ଦିନରେ ୨୧ ରନ ସଂଗ୍ରହ କରିଥିଲେ । ଦ୍ବିତୀୟ ଦିନରେ କଙ୍ଗାରୁ ବୋଲର ନାଥନ ଲାୟନଙ୍କ ଲଗାତାର ଆକ୍ରମଣର ଭାରତୀୟ ଟପ ଅର୍ଡର ବ୍ୟାଟର ମାନେ ସାମ୍ନା କରିପାରି ନଥିଲେ । ପ୍ରଥମେ ରାହୁଲ କେବଳ ୧୭ ରନ କରିଥିବା ବେଳେ ଲାୟନଙ୍କ ଶିକାର ହୋଇଥିଲେ । ଏହାପରେ ଅଧିନାୟକ ରୋହିତ ଶର୍ମାଙ୍କୁ ବୋଲ୍ଡ କରିଦେଇଥିଲେ ଲାୟନ । ପରେ ପରେ ଚେତେଶ୍ବର ପୂଜାରା ପାଭିଲିୟନ ଫେରିଥିଲେ । ଗୋଟିଏ ପଟେ ବିରାଟ କୋହଲି ପାଳି ସମ୍ଭାଳୁଥିବା ବେଳେ ଅନ୍ୟପଟେ କିନ୍ତୁ ଶ୍ରେୟସ ଆୟର (୪) ଓ ଶ୍ରୀକର ଭରତ (୬)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ଲାୟନ ।

Last Updated : Feb 19, 2023, 4:03 PM IST

ABOUT THE AUTHOR

...view details