ନୂଆଦିଲ୍ଲୀ:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ଆଜିଠୁ ଦ୍ବିତୀୟ ଟେଷ୍ଟ ଆରମ୍ଭ ହୋଇଛି । ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଆଉ କିଛି ସମୟ ପରେ ମ୍ୟାଚ ଆରମ୍ଭ ହେବ । ଏହା ପୂର୍ବରୁ ଟସ ଅଷ୍ଟ୍ରେଲିଆ ଜିତିଛି । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ କଙ୍ଗାରୁ ଦଳ । ପ୍ରଥମ ଟେଷ୍ଟ ଜିତି 1-0ରେ ଆଗୁଆ ରହିଥିବା ଭାରତ ଆଉ ଏକ ବିଜୟ ଲକ୍ଷ୍ୟରେ ରହିଥିବାବେଳେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି । ଚେତେଶ୍ବର ପୂଜାରାଙ୍କ ପାଇଁ ଏକ ସ୍ମରଣୀୟ ଦିନ । ଆଜି ସେ ତାଙ୍କ କ୍ୟାରିଅରର 100ତମ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି ।
ନାଗପୁରରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ ଭାରତ ପ୍ରଭାବୀ ପ୍ରଦର୍ଶନ କରି 1-0ରେ ସିରିଜ ଆଗୁଆ ରହିଛି । ମ୍ୟାଚକୁ 132ରନରେ ଜିତି ନେଇଥିଲା । ଏହି ବିଜୟ ପରେ ଭାରତର ଆତ୍ମବିଶ୍ବାସ ସୁଦୃଢ ହୋଇଛି । ଆଜିର ମୁକାବିଲାରେ ମଧ୍ୟ ଦଳ ପୂର୍ବ ପ୍ରଦର୍ଶନ ବଜାୟ ରଖିବାକୁ ଚେଷ୍ଟା କରିବ । ସେପଟେ ଭାରତୀୟ ଏକାଦଶରେ ଆହତ ଶ୍ରେୟାସ ଆୟରଙ୍କ ସ୍ଥାନ ମିଳିଛି । ନାଗପୁର ଟେଷ୍ଟରୁ ସେ ବାଦ ପଡିଥିଲେ । ମାତ୍ର ସୁସ୍ଥ ହେବା ପରେ ତାଙ୍କୁ ଦ୍ବିତୀୟ ଟେଷ୍ଟ ପାଇଁ ଏକାଦଶରେ ସାମିଲ କାରଯାଇଛି ।
ସୂର୍ଯ୍ୟକୁମାର ଯାଦବଙ୍କୁ ବାଦ ଦିଆଯାଇଛି । ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରାଙ୍କ ପାଇଁ ଆଜି ଏକ ସ୍ମରଣୀୟ ଦିନ । ସେ ଆଜି ତାଙ୍କର 100ତମ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଗତ 3ଟି ଟେଷ୍ଟ ସିରିଜରେ ପୂଜାରା ଭାରତର ଶ୍ରେଷ୍ଠ ବ୍ୟାଟର ବିବେଚିତ ହୋଇଥିଲେ । ତାଙ୍କ ଚମତ୍କାର ବ୍ୟାଟିଂ ପାଇଁ ଅଷ୍ଟ୍ରେଲିଆ ମାଟିରେ ଭାରତ ଟେଷ୍ଟ ବିଜୟୀ ହୋଇଛି । 100ତମ ଇନିଂସରେ ପୂଜାରା ଶତକୀୟ ଇନିଂସ ଉପହାର ଦେବେ ବୋଲି ଆଶା କରାଯାଉଛି । ଭାରତ ମଧ୍ୟକ୍ରମ ବ୍ୟାଟିଂକୁ ସୃଦୁଢ କଲେ ବିଜୟ ସହଜ ହେବେ । କୋହଲି, କେଏଲ ରାହୁଲଙ୍କ ଉପରେ ମଧ୍ୟ ନଜର ରହିବ ।