ଓଡିଶା

odisha

ETV Bharat / sports

IND vs AUS 2nd Test: ଶ୍ରେୟାସ ଆୟର ଫିଟ୍‌, ଖେଳିପାରନ୍ତି ଦ୍ବିତୀୟ ଟେଷ୍ଟ - ଶ୍ରେୟାସ ଆୟର

ଆହତ ସମସ୍ୟା ପାଇଁ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରୁ ବାଦ ପଡିଥିବା ଭାରତୀୟ କ୍ରିକେଟର ଶ୍ରେୟାସ ଆୟର ସୁସ୍ଥ ହୋଇଛନ୍ତି । ଦିଲ୍ଲୀରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ଖେଳିବା ନେଇ ସମ୍ଭାବନା ରହିଛି । ଅଧିକ ପଢନ୍ତୁ

shreyas iyer to join india squad
border gavaskar trophy

By

Published : Feb 15, 2023, 11:46 AM IST

ହାଇଦ୍ରାବାଦ: ଭାରତୀୟ ଷ୍ଟାର ବ୍ୟାଟର ଶ୍ରେୟାସ ଆୟର ସୁସ୍ଥ ହୋଇଛନ୍ତି । ପିଠି ସମସ୍ୟା ନେଇ ଅସୁସ୍ଥ ଥିବା ଶ୍ରେୟାସ ଆୟର ସୁସ୍ଥ ହୋଇ ଭାରତୀୟ ସ୍କ୍ବାଡ୍‌କୁ ଫେରିଛନ୍ତି । ଆସନ୍ତା 17 ତାରିଖରୁ ଦିଲ୍ଲୀରେ ବର୍ଡର ଗାଭାସ୍କର ଟେଷ୍ଟ ସିରିଜର ଦ୍ବିତୀୟ ମୁକାବିଲା ଖେଳାଯିବ । ଏହା ପୂର୍ବରୁ ସୁସ୍ଥ ହୋଇ ଦଳରେ ସାମିଲ ହୋଇଛନ୍ତି । ତେଣୁ ଶ୍ରେୟାସ ଦ୍ବିତୀୟ ଟେଷ୍ଟ୍‌ ଖେଳିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି ।

ପିଠିରେ ଆଘାତ ଯୋଗୁଁ ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିଥଲେ ଶ୍ରେୟାସ । ଫିଟନେସ ପାଇଁ ତାଙ୍କୁ ନ୍ୟାସନାଲ କ୍ରିକେଟ ଏକାଡେମୀକୁ ଯିବାକୁ ପଡିଥିଲା । ଏବେ ବିସିସିଆଇ ମେଡିକାଲ ଟିମ୍‌ ତାଙ୍କୁ ଫିଟ ଘୋଷଣା କରିଛି । ତେଣୁ ଶ୍ରେୟାସ ଆୟର ଦ୍ବିତୀୟ ଟେଷ୍ଟ ଖେଳିବା ନେଇ ସମ୍ଭାବନା ରହିଛି । ଆସନ୍ତା 17ରୁ 21 ତାରିଖ ଯାଏଁ ଦିଲ୍ଲୀରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଦ୍ବିତୀୟ ଟେଷ୍ଟ ଖେଳାଯିବ । ନାଗପୁର ପ୍ରଥମ ଟେଷ୍ଟରେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଖେଳିଥିଲେ । ଏହା ତାଙ୍କର ଟେଷ୍ଟ୍‌ ଡେବ୍ୟୁ ଥିଲା । ପିଠିରେ ଆହତ ସମସ୍ୟା ଯୋଗୁଁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜ ମଧ୍ୟ ଖେଳିପାରି ନଥିଲେ ଶ୍ରେୟାସ । ସେପଟେ ପ୍ରଥମ ଟେଷ୍ଟରେ ସୂର୍ଯ୍ୟକୁମାର ବିଫଳ ହୋଇଥିଲେ ବି ତାଙ୍କୁ ଦ୍ବିତୀୟ ଟେଷ୍ଟରେ ସୁଯୋଗ ମିଳିପାରେ ।

ଦ୍ବିତୀୟ ଟେଷ୍ଟ ପାଇଁ ଦିଲ୍ଲୀରେ ପହଞ୍ଚି ସାରିଛି ଭାରତୀୟ ଦଳ । 5 ବର୍ଷ ପରେ ଅରୁଣ ଡେଟଲୀ ଷ୍ଟାଡିୟମରେ ଟେଷ୍ଟ୍‌ ମ୍ୟାଚ ଖେଳା ଯାଉଥିବାରୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିଛି । ଫଟାଫଟ ଟିକେଟ ବିକ୍ରି ହୋଇଛି । ଶେଷ ଥର ପାଇଁ 2017ରେ ଏଠାରେ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ଦ୍ବିତୀୟ ଟେଷ୍ଟରେ ଜୋରଦାର ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି ।

ଏହା ବି ପଢନ୍ତୁ...ଷ୍ଟିଙ୍ଗ୍‌ ଅପରେସନରେ ଚେତନ ଶର୍ମାଙ୍କ ବିବାଦୀୟ ବୟାନ, BCCI ଉପରେ ଉଠୁଛି ପ୍ରଶ୍ନ

ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ 4ଟି ମ୍ୟାଚ ମଧ୍ୟରୁ ପ୍ରଥମ ମ୍ୟାଚରେ ଭାରତ 132 ରନ୍‌ରେ ବିଜୟ ହାସଲ କରି 1-0ରେ ଆଗୁଆ ରହିଛି । । ଫେବୃଆରୀ 9 ତାରିଖରୁ 13 ତାରିଖ ଯାଏଁ ନାଗପୁରରେ ପ୍ରଥମ ଟେଷ୍ଟ ଖେଳାଯାଇଥିଲା । ମାତ୍ର ଅଢେଇ ଦିନରେ ଖେଳ ଶେଷ କରି କଙ୍ଗାରୁ ଦଳକୁ ଚିତ୍‌ପଟ୍ଟାଙ୍ଗ୍‌ କରିଥିଲା ଭାରତୀୟ ଦଳ । ଏହାପରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଫେବୃଆରୀ 17ରୁ 21 ତାରିଖ ଯାଏଁ ଦ୍ବିତୀୟ ଟେଷ୍ଟ ଖେଳାଯିବ । ପରେ ମାର୍ଚ୍ଚ 1ରୁ 5 ତାରିଖ ଯାଏଁ ଇନ୍ଦୋରରେ ତୃତୀୟ ଟେଷ୍ଟ ଖେଳାଯିବ । ଏହାପରେ ଚତୁର୍ଥ ଟେଷ୍ଟ ମାର୍ଚ୍ଚ 9ରୁ 13 ଯାଏଁ ଅହମ୍ମଦାବାଦରେ ଖେଳାଯିବ । ମୁମ୍ବାଇରେ 17 ମାର୍ଚ୍ଚରେ ପ୍ରଥମ ଦିନିକିଆ, ବିଶାଖାପାଟନମରେ 19 ମାର୍ଚ୍ଚରେ ଦ୍ବିତୀୟ ଦିନିକିଆ ଓ 22 ମାର୍ଚ୍ଚରେ ଚେନ୍ନାଇରେ ତୃତୀୟ ଦିନିକିଆ ଖେଳାଯିବ ।

ABOUT THE AUTHOR

...view details